ଆହାର ମୁହଁରେ ପାହାର ଦେଲା ପରେ କେନ୍ଦ୍ର ପରିଚାଳକ ଙ୍କ ଦାଦାଗିରି

ଜଗତସିଂହପୁର [ମାନସ କୁମାର ସୂତାର ]:(22/11/21)ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ଙ୍କୁ ନିବେଦନ,ଥରେ ଦେଖି ଯା ଆ ନ୍ତୁ କେମିତି ଚାଲିଛି ପାରାଦୀପ ଅଠର ବାଙ୍କିର ଆହାର କେନ୍ଦ୍ର। ଆହାର କେନ୍ଦ୍ରକୁ ଲାଗି ସରକାରୀ ହସ୍ପିଟାଲ।ଶତାଧିକ ରୋଗୀ ଦୂର ଦୁରନ୍ତରୁ ଆସିଥାନ୍ତି,ଚିକିତ୍ସା ପାଇଁ।ଭୋକ ଶୋଷ ମେଣ୍ଟେଇବାକୁ ଆହାର କେନ୍ଦ୍ର ଉପରେ ନିର୍ଭର ରଖିଥାନ୍ତି। କିନ୍ତୁ ଦୁଃଖ ଆଉ ପରିତାପର ବିଷୟ ଏହିଯେ ଆହାର କେନ୍ଦ୍ର ପରିଚାଳକ ତାଙ୍କୁ ନିରାଶ ରେ ଉତ୍ତର ଦିଏ ଯେ,ଟିକେଟ ସରି ଯାଇଛି। ତମେ ଏଗାରଟା ବେଳୁ ଟିକେଟ ନେଇ ଗଲ ନାହିଁ। ଏତେବେଳେ ଖାଦ୍ୟ ମିଳିବ ସିନା,ଟିକେଟ ମିଳିବନି। ଆହାର ପାଇଁ ଆଶା ରଖିଥିବା ଲୋକଟି ନିରାଶ ହେଇ ଫେରିବା ସାର ହୁଏ। ଖବର ଅନୁସାରେ ,ଅଠର ବାଙ୍କୀ ସ୍ଥିତ ଆହାର କେନ୍ଦ୍ର ରୁ ପୂର୍ବାହ୍ନ ଏଗାରଟା ସୁଦ୍ଧା ଟିକେଟ ସାରି ଯାଇ ଥାଏ।କାରଣ ସରକାରୀ ହେଉ ବା ବେସରକାରୀ ସଂସ୍ଥା ରେ କର୍ମନିଯୁକ୍ତି ପାଇଥିବା ବ୍ୟକ୍ତି , ଆହାର କେନ୍ଦ୍ରର ଟିକେଟ ଆପଣେଇ ନେଉଥିବା ର ସୂଚନା ମିଳିଛି।କେତେଜଣ ରେଗୁଲାର କଷ୍ଟମର ବି ବନିଯାଇଛନ୍ତି।କେନ୍ଦ୍ରର ପରିଚାଳକ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାକ୍ଷାତକାର ଦେବାକୁ ମନାକରି ଦେଇଥିଲେ ସୁଦ୍ଧା,ଯାହାର ଅଭିଯୋଗ ଅଛି,ସେ ମୁନିସ୍ ପାଲଟି ରେ ଅଭିଯୋଗ କରନ୍ତୁ ବୋଲି କହିଛନ୍ତି।ଅଭିଯୋଗ ବାକ୍ସ କେନ୍ଦ୍ର ଭିତରେ କାହିଁକି ନାହିଁ ବୋଲି ପ୍ରଶ୍ନ କରିବାରୁ ,ପରିଚାଳକ କହିଲେ ,ଏଠାରେ କାହାର ଅଭିଯୋଗ ନାହିଁ,ବାକ୍ସ ରଖିନୁ।ଏହାର ମାଲିକ ଜଗତସିଂହପୁର,କେନ୍ଦ୍ରାପଡ଼ା ଓ କଟକ ର ଅଟନ୍ତି ଏବଂ ସେମାନେ ବିଜେଡି ର ଟାଣୁଆ ନେତା। ଏଥିପାଇଁ ଏ କେନ୍ଦ୍ର ବିନା କମ୍ପ୍ଲେନରେ
ଚାଲିଛି।ଏପରି ଉତ୍ତର ରଖି ଗଣମାଧ୍ୟମ ପ୍ରତିନିଧିଙ୍କୁ ଡରେଇବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି।ପ୍ରଶ୍ନ ଉଠେ ସରକାରଙ୍କର ଆହାର କେନ୍ଦ୍ର ଯୋଜନା କାହାପାଇଁ???



