ଆୟୁଷ କୋଚିଙ୍ଗ ସେଣ୍ଟର ଠାରେ ସ୍ୱାଧୀନତା ଦିବସ ପାଳିତ
1 min read
ଜଗତସିଂହପୁର (ମାନସ ସୁତାର ) ଏରସମା ବ୍ଲକ ଅନ୍ତର୍ଗତ ଜିରାଇଲୋ ଗ୍ରାମପଞ୍ଚାୟତ ସ୍ଥିତ ସାରବା ଆୟୁଷ କୋଚିଙ୍ଗ ସେଣ୍ଟର ଠାରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି| ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ଜନ ରାଉତ ଙ୍କ ସଭାପତିତ୍ୱ ରେ ବରିଷ୍ଠ ଶିକ୍ଷକ ଗୌରାଙ୍ଗ ହାତୀ ଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯାଇଥିଲା | ପତାକା ଉତ୍ତୋଳନ ଅବସରରେ ଲକ୍ଷ୍ମୀଧର ସେଠି, ନିବାସଚନ୍ଦ୍ର ଫନ୍ଦାକର, ପ୍ରମୋଦ ସାହୁ, ସବ୍ୟସାଚୀ ରାଉତ, ଆୟୁଷ ସାହୁ ପ୍ରମୁଖ ଯୋଗଦେଇଥିଲେ | ଏହି ପତାକା ଉତ୍ତୋଳନ କୋଭିଡ-୧୯ ନିୟମ ପାଳନ ପୂର୍ବକ ପାଳନ ହୋଇଥିଲା |
