May 26, 2022

ରହାମା-ପାରାଦ୍ବୀପ ଅଞ୍ଚଳର ବିକାଶ, ସମାଜସେବୀଙ୍କ ଜୀବନର ଲକ୍ଷ

1 min read

ରାହାମା (ମାନସ କୁମାର ସୂତାର):- ଜୀବଉଦ୍ଧାର ସେବା ସମିତି ଓ ଗଣସଂଗ୍ରାମ ପରିଷଦର ପ୍ରତିଷ୍ଠାତା ସଭାପତି ଶ୍ରୀ ପ୍ରତାପ ଚନ୍ଦ୍ର ମହାନ୍ତି ରାହାମା ଓ ପାରାଦ୍ବୀପ ଅଞ୍ଚଳର ବିକାଶ ପାଇଁ ଛାତ୍ର ଜୀବନରୁ କାର୍ଯ୍ୟ କରି ଆସୁଛନ୍ତି । କଟକ ପାରାଦ୍ବୀପ ରାସ୍ତାର ପ୍ରଶସ୍ତିକରଣ ଓ ଢଳେଇ,କୃଷି କ୍ଷେତ୍ରରେ ଜଳସେଚନର ସୁବିଧା ପାଇଁ ତାଳଦଣ୍ଡା କେନାଲ ର ଉନ୍ନତିକରଣ,ରାହାମା ରେଳବାଇ ଓଭରବ୍ରିଜ , ପ୍ରତାପ ଚନ୍ଦ୍ର ମହାନ୍ତି ମେଡିକାଲ ନିର୍ମାଣ ଆଦି ଲୋକ ହିତକର କାର୍ଯ୍ୟ ଶ୍ରୀ ମହାନ୍ତିଙ୍କ ପ୍ରଚେଷ୍ଟାରେ ସମ୍ଭବ ହୋଇପାରିଛି । ୧୯୯୯ ମହାବାତ୍ୟା ସମୟରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଏହି ଅଞ୍ଚଳରେ ନିଃସ୍ଵାର୍ଥପର ଭାବେ କରାଇ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଉଚ୍ଚ ପ୍ରଶଂସିତ ହେବା ସହ ପୁରସ୍କୃତ ହୋଇଛନ୍ତି । ସଂପ୍ରତି ରେଳ ଷ୍ଟେସନକୁ ସୁନ୍ଦର ଏବଂ ପ୍ରଶସ୍ତ ରାସ୍ତା,ଏଥିସହ ତୋରଣ ନିର୍ମାଣ ଏବଂ ପ୍ରସ୍ତାବିତ ଜିନ୍ଦଲ ଷ୍ଟିଲ କାରଖାନା ନିର୍ମାଣ ଉପରେ ନିଜର ସୁଚିନ୍ତିତ ମତାମତ ରଖି ସ୍ଥାନୀୟ ଜନସାଧାରଣଙ୍କ ସହଭାଗ ଲୋଡିଛନ୍ତି । ରାହାମାରେ ସୁପର ସ୍ପେସାଲିଷ୍ଟ ହସପିଟାଲ ନିର୍ମାଣ ର ଆବଶ୍ୟକତା ଥିବା କଥା ଆଜି ପ୍ରେସ ମିଟ୍ ରେ ପ୍ରକାଶ କରିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ ନୀତିଗତ ନିଷ୍ପତ୍ତି ନେବା ସହ କିପରି ହସପିଟାଲ କାର୍ଯ୍ୟ ତ୍ବରାନ୍ବିତ ହେବ ସେଥିପାଇଁ ସମସ୍ତେ ଆଗେଇ ଆସିବାକୁ ସମାଜସେବୀ ଶ୍ରୀ ମହାନ୍ତି ଗଣମାଧ୍ୟମ ଜରିଆରେ ଆହ୍ୱାନ ଦେଇଛନ୍ତି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.