ତାଳପଡ଼ାରେ କଂଗ୍ରେସର କର୍ମୀ ସମ୍ମିଳନୀ

ଜଗତସିଂହପୁର (୩0/୧୨)(ମାନସ କୁମାର ସୂତାର) ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ତାଳପଡା ପଞ୍ଚାୟତ ରେ କଂଗ୍ରେସର ଏକ ବଡ଼ ଧରଣର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ତାଳପଡା ପଞ୍ଚାୟତ ର କଂଗ୍ରେସ ସଭାପତି ଶରତ ଚନ୍ଦ୍ର ବେଉରା ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ସରପଞ୍ଚ ନିହାର ରଞ୍ଜନ ଲେଙ୍କା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି କଂଗ୍ରେସର ଭୁମିକା ତାଳପଡା ପଞ୍ଚାୟତ ପ୍ରତି କ’ଣ ରହିଛି ଓ ଆଗକୁ କ’ଣ ରହିବ ଏହି ବିଷୟରେ ଆଲୋକପାତ କରିଥିଲେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପଞ୍ଚାୟତର କାର୍ଯ୍ୟକାରୀ ସଭାପତି ଗୁରୁକୃଷ୍ଣ ପଟ୍ଟନାୟକ, ପ୍ରଦୀପ ବେଉରା, ନିଶାକର ସ୍ଵାଇଁ, ତିଲୋଚନ ସ୍ବାଇଁ, ରାଜକିଶୋର ରାଉତ, ଅଶୋକ ଚୈଧୁରୀ, ଅଭୟ ଶାହାଣି ପ୍ରମୁଖ ଉପସ୍ଥିତ ଥିଲେ ବର୍ତ୍ତମାନ ର ତାଳପଡା ପଞ୍ଚାୟତ ର ସରପଞ୍ଚ ଙ୍କ କାର୍ଯ୍ୟରେ ଅସନ୍ତୋଷ ହେଇ ୧୦୦୦ରୁ ଉର୍ଦ୍ଧ ସାଧାରଣ କର୍ମୀମାନେ ଏହି ସମ୍ମିଳନୀ ରେ ଯୋଗ ଦେଇଥିଲେ ତାଳପଡା ପଞ୍ଚାୟତ ର ବର୍ତ୍ତମାନର ସରପଞ୍ଚ ଙ୍କ ମାଧ୍ୟମରେ କୈାଣସି କାର୍ଯ୍ୟ ଠିକ୍ ସେ ହୋଇ ପାରିନାହିଁ ବୋଲି କର୍ମୀ ମାନେ ମତ ବ୍ୟକ୍ତ କରିବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ସରପଞ୍ଚ ପ୍ରାର୍ଥୀ ଭାବେ ଦମୟନ୍ତୀ ଲେଙ୍କା ଓ ସମିତି ସଭ୍ୟ ପ୍ରାର୍ଥୀ ଭାବେ ପ୍ରଭା ଚୈଧୁରୀ ଙ୍କୁ ଚୟନ କରାଯାଇ ଥିବାରୁ କର୍ମୀ ମାନେ ଖୁସି ଥିବାର ଦେଖିବାକୁ ମିଳିଥିଲା |

