ମିଳିତ ବିକାଶ ମଞ୍ଚ ର ମଙ୍ଗ ଧରିଲେ ସ୍ୱାମୀ ସ୍ତ୍ରୀ
1 min read
ତିର୍ତ୍ତୋଲ (୨୧/୧/୨୨){ମାନସ ସୂତାର}:- ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନାମାଙ୍କନ ପତ୍ର ଦାଖଲ ର ପଞ୍ଚମ ତଥା ଅନ୍ତିମ ଦିନରେ ତିର୍ତ୍ତୋଲ ବ୍ଲକ ଅଧୀନ ଆମ୍ବେରୀ ଗ୍ରାମପଞ୍ଚାୟତ ପାଇଁ ପାରାଦ୍ୱୀପ ବିଧାୟକ ଚୟନ କରିଥିବା ପାର୍ଥୀ ଙ୍କ ବିରୁଦ୍ଧରେ ପଞ୍ଚାୟତ କାର୍ଯ୍ୟାଳୟ ରେ ଅସନ୍ତୁଷ୍ଟ ବିଜେଡି କର୍ମୀ ମାନଙ୍କ ତରଫରୁ ମିଳିତ ବିକାଶ ମଞ୍ଚ ଗଠନ କରାଯାଇ କବିତା ମଲ୍ଲିକ ସରପଞ୍ଚ ପାର୍ଥୀନୀ ଏବଂ ତାଙ୍କ ସ୍ୱାମୀ ସମିତିସଭ୍ୟ ପାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ବିଗତ ପାଞ୍ଚ ବର୍ଷରେ ସେମିତି କିଛି ଉନ୍ନତି ମୂଳକ କାର୍ଯ୍ୟ ନକରି ସରପଞ୍ଚ ଏବଂ ସମିତିସଭ୍ୟ ନିଜ ସ୍ୱାର୍ଥ କୁ ଛାଡି ପଞ୍ଚାୟତ ର ଉନ୍ନତି ପାଇଁ କିଛି କରିନଥିବା କାରଣ ଯୋଗୁଁ ବିଜେଡି ଗୋଷ୍ଠି ମଧ୍ୟରେ ବିଭାଜନ ସୃଷ୍ଟି ହୋଇଥିବା କଥା ବିଭିନ୍ନ ସ୍ଥାନରେ ଚର୍ଚ୍ଚା ହେଉଥିବାର ଶୁଣିବାକୁ ମିଳୁଛି | ସ୍ତ୍ରୀ ସରପଞ୍ଚ ଏବଂ ସ୍ୱାମୀ ସମିତିସଭ୍ୟ ହେଲେ ପଞ୍ଚାୟତ ରେ ବିକାଶ ର ବନ୍ୟା ହେବା ନିଶ୍ଚିତ ପ୍ରାୟ | ମିଳିତ ବିକାଶ ମଞ୍ଚ ନୂଆ ବୋତଲ ରେ ପୁରୁଣା ମଦ ଏବଂ କେବଳ ମୁହଁରୁ କାନ ପର୍ଯ୍ୟନ୍ତ ସୀମିତ ହୋଇ କେବଳ ବ୍ୟକ୍ତିଗତ ସ୍ୱାର୍ଥ ନିହିତ ବୋଲି ପଞ୍ଚାୟତ ସାରା ଚର୍ଚ୍ଚା ଯୋର ଧରିଛି | ଯଦି ସରପଞ୍ଚ ଏବଂ ସମିତିସଭ୍ୟ ମିଳିତ ଭାବେ ପାଞ୍ଚ ବର୍ଷ କାଳ ସବୁ କିଛି ଚଳୁ କରିଛନ୍ତି ତେବେ ପାଞ୍ଚ ବର୍ଷ ମଧ୍ୟରେ ଏଭଳି ଦୁର୍ନୀତି କୁ ମିଳିତ ବିକାଶ ମଞ୍ଚ କାହିଁକି କୌଣସି ଦିନ ବି ବିରୋଧ କରିନାହିଁ କିମ୍ୱା ତାକୁ ଲୋକଲୋଚନ କୁ ଆଣି ନାହିଁ, ଏହା କେବଳ ବିଧାୟକଙ୍କୁ ବଦନାମ କରିବାର ଏକ ସୁପରିକଳ୍ପିତ ଯୋଜନା ବୋଲି ବିଧାୟକ ଙ୍କୁ ସମର୍ଥକ ମାନେ କୁହାକୁହି ହେଉଛନ୍ତି |

ବିଧାୟକ ଙ୍କ ବିରୁଦ୍ଧରେ ଯାଇ ପାର୍ଥୀ ନାମାଙ୍କନ ଦାଖଲ କରିଦେଲେ ସତ କିନ୍ତୁ ବିଧାୟକ ଙ୍କ ବିରୁଦ୍ଧରେ କ୍ୟାମେରା ସାମ୍ନାରେ କିଛି କହିବାକୁ ସମସ୍ତେ ନାରାଜ କାହିଁକି ନା ଦଳରୁ ବହିଷ୍କାର ହେବାର ଭୟ ବି ଅଛି | ବିଭିନ୍ନ ଚା ଖଟିରେ ଚର୍ଚ୍ଚା ଯୋର ଧରିଛି ଯେ, ବିନାଶ କାଳେ ବିପରୀତ ବୁଦ୍ଧି, ତ ଆଉ କେଉଁଠି ଲୋକେ କହୁଛନ୍ତି ମିଳିତ ବିକାଶ ମଞ୍ଚ ଏକ ଭେଳିକି କାହିଁକିନା କେବଳ ଅସନ୍ତୁଷ୍ଟ ବିଜେଡି କର୍ମୀ ମାନେ ଥିବା ସଂଗଠନ ମିଳିତ ବିକାଶ ମଞ୍ଚ ରେ ନାମିତ କେମିତି ହେଲା? ଦଳରୁ କୋଣ ଠେସା ହୋଇ ରହିଥିବା କିଛି ପୁରୁଣା ନେତାଙ୍କ ଦ୍ୱାରା ସୃଷ୍ଟି ଏହି ମଞ୍ଚ | ଏହା ତାଙ୍କର ଏକ ଭେଳିକି ଏବଂ ସେମାନେ କେବଳ ସାଧାରଣ ଭୋଟର ଙ୍କୁ ଭୁଆଁ ବୁଲେଇବା ଉଦେଶ୍ୟରେ ଏକ ଚେଷ୍ଟା କରିବା ଭଳି ଏକ ହାସ୍ୟାସ୍ପଦ ଘାଟଣା ବୋଲି ଲୋକେ କୁହାକୁହି ହେଉଛନ୍ତି | ଦେଖିବାକୁ ବାକି ରହିଲା ଆମ୍ବେରୀ ପଞ୍ଚାୟତବାସୀ ଏହାର ଜବାବ କେମିତି ଦେଉଛନ୍ତି |
