May 26, 2022

ଉତ୍କଳୀୟ ସନାତନ ସନ୍ଥ ପରିଷଦର ସାଧୁ ସମିଳନୀ

1 min read

ଜଗତସିଂହପୁର (ମାନସ ସୂତାର):- ପାରାଦ୍ୱୀପଗଡ଼ ଚୂନ ବେଲାରୀ ନବରାତ୍ର ମଣ୍ଡପ ପରିସରରେ ଉତ୍କଳୀୟ ସନାତନ ସନ୍ଥ ପରିଷଦର ସଭାପତି ଅଧିକାରୀ ପ୍ରସନ୍ନାନନ୍ଦ ଦାସଙ୍କ ଆବାହକତ୍ୱରେ ଏକ ସାଧୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଉତ୍କଳୀୟ ସନ୍ଥ ପରିଷଦର ଉପସଭାପତି ନୃସିଂନାଥପୀଠ ଅଧିକାରୀ ରମାକାନ୍ତ ଦାସ ସଭାପତିତ୍ବକରି ଉପସ୍ଥିତ ସମସ୍ତ ବାବାଜୀ, ବୈଷ୍ଣବ,ସାଧୁ,ସନ୍ଥ ଓ ବିଦ୍ୱାନଙ୍କୁ ତାଙ୍କ ଅଭି ଭାଷଣରେ ସ୍ବାଗତ ସମ୍ମାନ ଜଣାଇଥିଲେ । ଅନୁଷ୍ଠାନର ମାର୍ଗଦର୍ଶକ ବାବାଜୀ ଜଗନ୍ନାଥ ଦାସ, “ପର୍ଶୁରାମ କ୍ଷେତ୍ର, ତିରଣ ଙ୍କ ଶରୀର ଆରୋଗ୍ୟ ନିମନ୍ତେ ମହାପ୍ରଭୁଙ୍କୁ ପ୍ରାଥନା କରିବା ସହ ପ୍ରତ୍ୟକ୍ଷ ସାକ୍ଷାତ ନିମନ୍ତେ ପ୍ରସ୍ତାବ ପାରିତଃ କରି ପଦ୍ମଶ୍ରୀ ଉପାଧିପ୍ରାପ୍ତ ପୂଜ୍ୟ ପୂଜ୍ୟପୂଜକ ବାବା ବଳିଆଙ୍କୁ ସମ୍ବର୍ଦ୍ଧନା ନିମନ୍ତେ ପ୍ରସ୍ତାବ ଦେଇଥିଲେ ।ଉପସ୍ଥିତ ସମସ୍ତ ସନ୍ଥ ଏହି ପ୍ରସ୍ତାବକୁ ଗ୍ରହଣ କରିଥଲେ । କୁଜଙ୍ଗ ଅଞ୍ଚଳରେ ଥିବା ମଠ ମନ୍ଦିର ସୁରକ୍ଷା ଓ ଶ୍ରୀ ଜଗନାଥ ସଂସ୍କୃତିର ରକ୍ଷା ନିମନ୍ତେ ଗୀତା ଭାଗବତପରି ଅମୁଲ୍ୟ ଗ୍ରନ୍ଥର ପ୍ରଚାର ପ୍ରସାର ନିମନ୍ତେ ସନାତନ ସନ୍ଥ ପରିଷଦ ଗୁରୁଦାୟିତ୍ୱ ବହନ କରିବା ଆବଶ୍ୟକ ଓ ବିଶ୍ୱହିନ୍ଦୁ ପରିଷଦର ଧର୍ମାଚାର୍ଯ୍ୟ ଡ଼ଃ ସୁନାକର ବେହେରା ତାଙ୍କ ଅଭିଭାଷଣରେ କହିଥିଲେ । ଗୋମାତାର ସୁରକ୍ଷା ନିମନ୍ତେ ସମସ୍ତେ ବିଶେଷ ଦାୟିତ୍ୱ ନେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ଏହି ବୈଠକରେ ବାବାଜୀ ନିଖିଳା ନନ୍ଦ ଦାସ, ଦୟାନିଧି ଦାସ,ନିତ୍ୟାନନ୍ଦ ଦାସ,ହରିଅନନ୍ତ ଦାସ,ହରି ନାରାୟଣ, ଗୋସ୍ୱାମୀ ବାୟା ବାବା,ଦାଶରଥି ଦାସ,ସରୋଜ ଶୁକ୍ଲା,ଜଗତସିଂହପୁର ର ଜଗନ୍ନାଥ ଦାସ,ବାଲିକୁଦା ଆଶ୍ରମର ମହନ୍ତ ଲଷ୍ମୀଧର ଦାସ,ଚନ୍ଦ୍ରଶେଖର ଇତ୍ୟାଦି ବହୁ ସାଧୁ ସନ୍ଥମାନେ ଯୋଗଦେବା ସହିତ ଚୂନଗ୍ରାମର ଗ୍ରାମବାସୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.