May 26, 2022

ସଡ଼କ ଦୁର୍ଘଟଣା, ଜଣେ ମୃତ ତିନି ଆହତ

1 min read

ଜଗତସିଂହପୁର (3/9)(ମାନସ ସୁତାର):ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ଶିଆଳି ରୁ ଓଲରା-ଦୁର୍ଗାପୁର ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହେବା ସହିତ ତିନିଜଣ ଗୁରୁତର ଆହତ ହୋଇଛନ୍ତି | ସୂଚନା ଯୋଗ୍ୟ ପଞ୍ଚପଲ୍ଲୀ ଟିକରପଡା ଗାଁ ର ଅଜିତ ସାହୁ ମୃତ୍ୟୁବରଣ କରିଥିବା ବେଳେ ସେହି ଗାଡ଼ିରେ ଥିବା ଅକ୍ଷୟ ସାମଲ, ବିଭୁତି ପ୍ରଧାନ ଏବଂ ଅନ୍ୟ ବାଇକରେ ଥିବା ଓଲରା ସେଣ୍ଟ୍ରାଲ ବ୍ୟାଙ୍କର ମ୍ୟାନେଜର ରାଜେନ୍ଦ୍ର ମାଝୀ ଗୁରୁତର ଆହତ ହୋଇଛନ୍ତି | ଉପସ୍ଥିତ ଜନସାଧାରଣ ସେମାନଙ୍କୁ ଏରସମା ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ | ସେଠାରେ ଡାକ୍ତର ଅଜିତଙ୍କୁ ମୃତ ଘୋଷଣା କରିବା ସହିତ ଅନ୍ୟ ତିନି ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡମେଡିକାଲ ପଠାଇଦେଇଛନ୍ତି | ଥାନା ପକ୍ଷରୁ ଶବ ଓ ଦୁଇ ବାଇକ ଜବତ କରିବା ସହିତ ଶବକୁ ବ୍ୟବଛେଦ ପାଇଁ ପଠାଯାଇଛି | ଘଟଣାର ତଦନ୍ତ ଚାଲୁଅଛି ବୋଲି ଥାନାଧିକାରୀ ଲିଜାରାଣୀ ବିଶ୍ୱାଳଙ୍କ ଠାରୁ ସୂଚନା ମିଳିଛି | ପ୍ରକାଶ ଥାଉକି ଅଜିତ ସାହୁ ଏରସମା ବ୍ଲକର ଯୁବ ବିଜେଡି ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ | ତାଙ୍କର ମୃତ୍ୟୁରେ ଏରସମା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି |

Leave a Reply

Your email address will not be published.

Copyright © All rights reserved. | Newsphere by AF themes.