ଅସୁରକ୍ଷିତ ସାମ୍ବାଦିକ…. କାହା ବଳରେ ବଳିଆନ ନିଶା ବେପାରୀ, ଅଭିଯୋଗ ପରେ ବି ପୋଲିସ ନିରବ…..

ଦିନକୁ ଦିନ ସାମ୍ବାଦିକଙ୍କ ଉପରେ ବାରମ୍ବାର ଆକ୍ରମଣ ବଢିବାରେ ଲାଗିଛି। ଯାହାକି ସାମ୍ବାଦିକ ମାନଙ୍କ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିବା ବେଳେ ସୁରକ୍ଷା ଓ ସ୍ୱାଧୀନତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏମିତିକି କିଛିଦିନ ପୂର୍ବେ କେନ୍ଦ୍ରାପଡ଼ାରେ ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ନ ଥମୁଣୁ ପୁଣି ତିର୍ତ୍ତୋଲରେ ବିଚ୍ ବଜାରରେ ସର୍ବ ସମ୍ମୁଖରେ ସାମ୍ବାଦିକଙ୍କ ଉପରେ ସିରାପ୍ ନିଶା ବେପାରୀଙ୍କ ଆକ୍ରମଣ । ତିର୍ତ୍ତୋଲରେ ମାରାତ୍ମକ ସିରାପ୍ ନିଶା କାରବାର ବୃଦ୍ଧି ପାଉଥିବାରୁ ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେଉଛନ୍ତି ବୋଲି କିଛିଦିନ ପୂର୍ବେ ଉକ୍ତ ସାମ୍ବାଦିକ ଜଣକ ନ୍ୟୁଜ୍ ପ୍ରକାଶ କରିଥିବାରୁ ଏଥିରେ ଉତ୍ତେଜିତ ହୋଇ ଏହି ମାରାତ୍ମକ ନିଶାର ହୋଲ୍ ସେଲିଂ କରୁଥିବା ଯୁବକ ଜଣକ ବିଚ୍ ବଜାରରେ ସର୍ବ ସମ୍ମୁଖରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିଥିବା ଜଣାପଡିଛି। ଏହି ଘଟଣା ତିର୍ତ୍ତୋଲ ଥାନାରେ ଅଭିଯୋଗ ହେବାର ଦୁଇଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତ ଗିରଫ ହୋଇ ନଥିବାରୁ ସାମ୍ବାଦିକସଂଘ ମାନଙ୍କ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କାହା ଚାପରେ ପୋଲିସ୍ ହାତବାନ୍ଧି ବସିଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାନୁଯାୟୀ ଖବର ସଂଗ୍ରହ ଉଦ୍ଦେଶ୍ୟରେ ଆସିଥିବା ସାମ୍ବାଦିକ ଜଣକ ମଙ୍ଗଳବାର ଦିନ ଅପରାହ୍ନ ୫ଟା ସମୟରେ ତିର୍ତ୍ତୋଲ ସ୍ଥିତ ନିଶାମଣୀସରଣୀ ବଜାରରେ ଛିଡା ହୋଇଥିବା ସମୟରେ ନିକଟସ୍ଥ ନାଉସିରା ଗ୍ରାମର ପ୍ରଶାନ୍ତ ମହାନ୍ତି ନାମକ ଯୁବକ ହଠାତ୍ ଆସି ବିଭିନ୍ନ ଅଶ୍ଳୀଳ ଭାଷାରେ ଉକ୍ତ ସାମ୍ବାଦିକକୁ ଗାଳିଗୁଲଜ କରିବା ସହିତ ମୁଁ ନିଶା ଶିରାପ୍ କାରବାର କଲେ ତୋର କ’ଣ ହେଇଗଲା, ତୁ କାହିଁକି ନିଶା ସିରାପ୍ ବେପାର ହେଉଛି ବୋଲି ନ୍ୟୁଜ୍ କରିଥିଲୁ ବୋଲି କହି ବିଚ୍ ବଜାରରେ ସର୍ବ ସମ୍ମୁଖରେ ହଠାତ୍ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରି କ୍ୟାମେରା ଓ ଅନ୍ୟାନ୍ୟ ଜିନିଷ ଛଡାଇ ନେଇଯିବା ସହିତ ଜୀବନରେ ମାରିଦେବାକୁ ଚେଷ୍ଟା କରିଥିଲା। ଏହି ଘଟଣାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ସାମ୍ବାଦିକଙ୍କ ପକ୍ଷରୁ ତିର୍ତ୍ତୋଲ ଥାନାରେ ଅଭିଯୋଗ ହେବାର ଦୁଇଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ୍ କରାଯାଉ ନାହିଁ କାହିଁକି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ସାମ୍ବାଦିକ ମାନଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି।

ସୂଚନାନୁଯାୟୀ ଇନ୍ସୁରାନ୍ସ୍ ଏଜେଣ୍ଟ କାମ କରିବା ବାହାନାରେ ଅଭିଯୁକ୍ତ ଜଣକ ଜନୈକ ମେଡ଼ିସିନ୍ ଦୋକାନୀ ସହିତ ମିଶି ତିର୍ତ୍ତୋଲ ଅଞ୍ଚଳରେ ଏପରି ମାରାତ୍ମକ ସିରାପ୍ ନିଶାର ହୋଲ୍ ସେଲିଂ କରିବା ସହିତ ନିଜେ ନିଶାକୁ ଅହରହ ସେବନ କରୁଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଜଣେ ଅସାମାଜିକ ଯୁବକ କାହା ଛତ୍ରଛାୟା ତଳେ ରହି ଏମିତି ଉତ୍ପାତ କରୁଛି , ଘଣ୍ଟ ଘୋଡାଉଛି କିଏ ? ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ଅଭିଯୁକ୍ତକୁ ପୋଲିସ୍ ଯଥାଶୀଘ୍ର ଗିରଫ୍ କରିବା ପାଇଁ ସାମ୍ବାଦିକ ମାନଙ୍କ ପକ୍ଷରୁ ଦାବି ହେଉଛି।
