May 26, 2022

ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଓ ରିଲିଫ ବଣ୍ଟନର ୬୦୦ତମ ଦିବସର ୨୪ତମ ସମୀକ୍ଷା ବୈଠକ।

ଯାଜପୁର: ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ମହାମାରୀ କରୋନାରୁ ମୁକ୍ତି ପାଇବା ନିମନ୍ତେ ଗତ ୨୨ମାର୍ଚ୍ଚ ୨୦୨୦ ମସିହାରୁ ଅଦ୍ୟାବଧି ନିରବଚ୍ଛିନ୍ନ ଭାବରେ ଦୀର୍ଘ ୬୦୦ ଦିନ ଧରି ଲୋକମାନଙ୍କୁ ସଚେତନ ସହ ରିଲିଫ ସାମଗ୍ରୀ ବଣ୍ଟନ କରାଯାଉଥିଲା।ପ୍ରତି ୨୫ ଦିନରେ ଏହି ସମସ୍ତ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ କରାଯାଉଥିବାବେଳେ,ଏହି କାର୍ଯ୍ୟକ୍ରମର ୨୪ତମ ସମୀକ୍ଷା ବୈଠକ ସ୍ଥାନୀୟ ମଙ୍ଗଳପୁରସ୍ଥିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପରିସରରେ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଏହି ୨୪ତମ ସମୀକ୍ଷା ବୈଠକରେ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ସମୀକ୍ଷକ ଭାବରେ ଫାଉଣ୍ଡେସନର ସଦସ୍ୟ ତଥା କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାର,ଶ୍ରୀମତୀ ମଧୁସ୍ମିତା ନାୟକ, ଶ୍ରୀମତୀ ତୁଳସୀ ମଲ୍ଲିକ, ଶଶିକାନ୍ତ ନାୟକ,ସୁରେନ୍ଦ୍ର ପାଣ୍ଡବ ଆଦି ଯୋଗଦାନକରି ଦୀର୍ଘ ୬୦୦ତମ ଦିବସର କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମର ସମୀକ୍ଷା କରିବାସହ ଜାତି,ଧର୍ମ,ଦଳମତ ନିର୍ବିଶେଷରେ ସ୍ବତପ୍ରବୃତ ଭାବରେ ସମାଜର ବିକାଶ ପାଇଁ ଯୁକ୍ତାତ୍ମକ ବିଚାରଧାରାରେ କାର୍ଯ୍ୟ କରିବାକୁ ଆଗ୍ରହୀ ଯୁବ ପିଢିଙ୍କୁ ଏହି ସଙ୍ଗଠନ ସହ ଯୋଡି ହେବାକୁ ଆହ୍ୱାନ ଦେଇଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.