ଆବାସ ଯୋଜନା ସାତ ସପନ
1 min read
ମ,ରାମପୁର (କୁଞ୍ଜବିହାରୀ ହାତୀ ):ଗରିବ ଖଟିଖିଆ ତଥା ଦିନ ମଜୁରିଆ ଙ୍କ ପାଇଁ ସରକାର କରୁଛନ୍ତି ଅନେକ ଯୋଜନା । କିନ୍ତୁ ବିଭାଗୀୟ ଅଧିକାରୀ ଏବଂ ଜନ ପ୍ରତିନିଧି ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ସଠିକ ହିତାଧିକାରୀ ଙ୍କ ପାଖେ ପହଞ୍ଚି ପାରୁନାହିଁ ଯୋଜନା । ଏଭଳି ଏକ ଘଟଣା ସାମ୍ନା କୁ ଆସିଛି କଳାହାଣ୍ଡି ଜିଲ୍ଲା ମ,ରାମପୁର ବ୍ଲକ ର ଦୁର୍ଗମ ଅଞ୍ଚଳ ମୋହନଗିରି ପଂଚାୟତ ର ଦେଉଳିପଡା ଗ୍ରାମରେ । ସେହି ଗ୍ରାମ ର ବୃନ୍ଦାବତୀ ନାୟକ ଦେଢ଼ ମାସ ତଳେ ନିଜ ସ୍ୱାମୀ କୁ ହରେଇ ଏକା ଭଙ୍ଗା ଦଦରା କୁଡ଼ିଆ ରେ ରହୁଛନ୍ତି । ଘର ଅତିଖରାପ ହୋଇଯାଇଛି କାନ୍ଥ ରେ ମାଟିନାହିଁ କି ଉପରେ ଛପର ନାହିଁ l ବସ୍ତା ପଲିଥିନ ଟାଣି ରହୁଛନ୍ତି ବୃନ୍ଦାବତୀ । ସେହି ଘର କୁ ମରାମତି କରିବା ପାଇଁ ମଧ୍ୟ ସେ ଅସମର୍ଥ । ରାସ୍ତା ରେ ପଡିଥିବା ଅଳିଆ ଆବର୍ଜନା କୁ ସଫା କରି,ଯିଏ ଯାହା ଦେଲା ତାକୁ ଖାଆନ୍ତି ଏବଂ ମାସିକ ସରକାରଙ୍କ ୫୦୦ ଟଙ୍କା ଭତ୍ତା ଓ ପିଡ଼ିଏସ ଚାଉଳ ରେ କଷ୍ଟେମଷ୍ଟେ ଚଲନ୍ତି ମାସେ । ବିଭାଗୀୟ ଅଧିକାରୀ ଏଥିରେ ନଜର ଦେଇ ବୃନ୍ଦାବତୀ ଙ୍କୁ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇ ଦେବା ପାଇଁ ସ୍ଥାନୀୟ ଅଞ୍ଚଳ ରେ ଏବଂ ବୁଦ୍ଧିଜୀବୀ ମହଲ ରେ ଦାବ
ି ହେଉଛି l
