May 26, 2022

କରୋନାରେ ମୃତକଙ୍କ ଉଦ୍ଦେଶ୍ୟରେ ୪ର୍ଥ ଦିବସରେ ସାମୁହିକ ତର୍ପଣ ଓ ଦୀପ ଦାନ ସହ ଚିନ୍ମୟ ଫାଉଣ୍ଡେସନର ସଚେତନତା କାର୍ଯ୍ୟକ୍ରମ ପହଁଚିଲା ୫୯୫ ଦିନରେ।

କଳାହାଣ୍ଡି(ସମିର ନାଗ ): ଚିନ୍ମୟ ଫାଉଣ୍ଡେସନର ସଚେତନତା କାର୍ଯ୍ୟକ୍ରମ ପହଁଚିଛି ୫୯୫ ତମ ଦିବସରେ।ଏହାସହ କରୋନାରେ ମୃତକଙ୍କ ଆତ୍ମାର ମୁକ୍ତି ନିମନ୍ତେ ଚତୁର୍ଥ ଦିବସରେ ତର୍ପଣ, ସାମୁହିକ ଦୀପ ଦାନ ସହ ନିରବ ପ୍ରାର୍ଥନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ପବିତ୍ର ରାହସ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏକ ପକ୍ଷ ଧରି ଫାଉଣ୍ଡେସନର ବିଭିନ୍ନ ଶାଖା ମାଧ୍ୟମରେ ଚାଲୁ ରହିବ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରକାଶ କରିଛନ୍ତି।

ଜିଲ୍ଲା ସଂଯୋଜକ କମଳ ଚଣ୍ଡୀଙ୍କ ନେତୃତ୍ବରେ କଳାହାଣ୍ଡି ଶାଖା କାର୍ଯ୍ୟାଳୟ ପକ୍ଷରୁ ସାମୁହିକ ଦୀପ ଦାନ ଓ ତର୍ପଣର ଚତୁର୍ଥ ଦିବସରେ ନିଳାମ୍ବର ମାଝୀ,ଦୁର୍ବଳ ମାଝୀ,ବାସୁଦେବ ଶବର,କୁମ ଶବର, କୃଷ୍ଣ ଚନ୍ଦ୍ର ପ୍ରଧାନୀ,ନିକୁଞ୍ଜ ଚଣ୍ଡୀ, ସତ୍ୟ ନାୟକ,କୁଞ୍ଜ ନାୟକ ଆଦି ଯୋଗଦାନ କରିଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.