57ତମ ମହାବୀର ମହୋତ୍ସବ -2021ଉଦଘାଟିତ

କଳାହାଣ୍ଡି (ସମିର ନାଗ ):ଭବାନୀପାଟଣା ମହାବୀର ସଂସ୍କୃତିକ ଅନୁଷ୍ଠାନ ପକ୍ଷରୁ 57ତମ ମହାବୀର ମହାତ୍ସବ 21ଉଦଘାଟିତ ହୋଇଛି, ଗୋପାଳ ସ୍ୱାମି ବୈଠାରୁ ପତାକା ଉତୋଳନ ପରେ କଳାହାଣ୍ଡି ଏମପି ବସନ୍ତ କୁମାର ପଣ୍ଡା କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ!ରାସବିହାରୀ ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ମହାରାଜା ଅନନ୍ତ ପ୍ରସାଦ ଦେଓ, ମୁଖ୍ୟ ବକ୍ତା ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ରେଜିଷ୍ଟ୍ର୍ରାର ଡା ନୃପରାଜ ସାହୁ ସାନମାନିତା ଭବାନୀପାଟଣା ବ୍ଲକ ଅଧ୍ୟାକ୍ଷା ସନ୍ତୋଷୀ ଦାସ ଯୋଗଦେଇଥିଲେ,ଏହି ଅବସରରେ ରାଜ୍ୟପାଳ ପୁରସ୍କୃତ ଶିକ୍ଷକ ତଥା ଗବେଷକ ଗିରିଝର ପତ୍ରିକାର ନିୟମିତ ଲେଖକ ସିମାଞ୍ଚଳ ନାଗ,ସମାଜ କ୍ଷେତ୍ରରେ ଡ଼ ସୁନୀତି ମୁଣ୍ଡ, ସଂଗୀତରେ ମନୋରଞ୍ଜନ ପାଢ଼ୀ,ଅଭିନୟରେ ଯୁଧିଷ୍ଠିର ସାହୁ,ଲୋକନାଟକରେ ନାସିର ମହମଦ,କୃଷିରେ ପଂଚାୟତ ସାହୁ,ଗିରିଝର ପତ୍ରିକାର ପ୍ରକାଶକ ନୀଳକଣ୍ଠ ବେହେରା,ରାଜେନ୍ଦ୍ର ବେହେରାଙ୍କୁ ସଂମ୍ମାନିତ କରାଯାଇଥିଲା ପରେ ଲଳିତ କାନୁନ ଗୋଙ୍କ ଅଧ୍ୟକ୍ଷ ତାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଅତିଥି ସୋହନ ଲାଲ ଅଗ୍ରୱାଲ ଯୋଗ ଦେଇଥିଲେ, ହେମନ୍ତ କୁମାର ସାହୁ, ଗୌରାଙ୍ଗ ସାହୁ ସଂଯୋଜନା କରିଥିଲେ
