May 26, 2022

ମନ ମୋହିଲା କୁନି କଳାକାର

କଳାହାଣ୍ଡି, ମ.ରାମପୁର (କୁଞ୍ଜବିହାରୀ ହାତୀ):
ମ.ରାମପୁର ର ରାମଲୀଳା ଏକ ସ୍ୱତନ୍ତ୍ର ପରିଚୟ ଲାଭ କରିଛି ରାମଲୀଳା । ଏହା କେବଳ ମ,ରାମପୁର ଅଞ୍ଚଳ ରେ ନୁହେଁ ବହୁତ ଦୂର ଦୁରାନ୍ତରୁ ମଧ୍ୟ ଦେଖିବା ପାଇଁ ଦର୍ଶକ ମାନଙ୍କୁ ଆକୃଷ୍ଟ କରେ । ବର୍ତ୍ତମାନ ଏହି ରାମଳିଳା ନାଟକ ତିନି ଧରି ଚାଲି ଶେଷ ହୋଇଛି । ଏହି ଠାରେ ନାରୀ ଚରିତ୍ର ର ଗୀତ କୁ କଣ୍ଠ ଦାନ କରୁଥିବା କୁନି କଣ୍ଠ ଶିଳ୍ପୀ (ପିହୁ ପ୍ରିୟଦର୍ଶିନୀ ଦୁବେ )ମାମାଲି ,ସମସ୍ତ ଙ୍କ ର ମନ କିଣିନେଇଛନ୍ତି ।ତାଙ୍କ ଗୀତ ସମସ୍ତ ଦର୍ଶକ ମାନଙ୍କୁ ଶୁଣିବା ପାଇଁ ମଞ୍ଚ ସମ୍ମୁଖ ରେ ବାନ୍ଧି ରଖିଥାଏ । ମ,ରାମପୁର ର କଣ୍ଠ ଶିଳ୍ପୀ ସନ୍ତୋଷ କୁମାର ଦୁବେ ଏବଂ ସଂଯୁକ୍ତା ଦୁବେ ଙ୍କ କନିଷ୍ଠା କନ୍ୟା ହେଉଛନ୍ତି ପିହୁ । ସେ ମ,ରାମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ଅଷ୍ଟମ ଶ୍ରେଣୀର ଛାତ୍ରୀ । ତାଙ୍କର ଜନ୍ମ ୨୦/୧୦/୨୦୦୯ । ସେ ଏକା ଧାରରେ ଜଣେ କଣ୍ଠଶିଳ୍ପୀ ,ନୃତ୍ୟଶିଳ୍ପୀ, ଚିତ୍ରଶିଳ୍ପୀ ,ଭାବରେ ଜଣାଶୁଣା ।

More Stories

Leave a Reply

Your email address will not be published.

Copyright © All rights reserved. | Newsphere by AF themes.