June 26, 2022

ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ….

1 min read

କଳାହାଣ୍ଡି (କୁଞ୍ଜ ବିହାରୀ ହାତୀ ):ଗୋଳାମୁଣ୍ଡା ବ୍ଲକ ରବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ ୧୨ ଟି ଗ୍ରାମ ପଞ୍ଚାୟତ କୁ ଯାଇ ଭତ୍ତା ବଣ୍ଟନ କରିଥିଲେ । ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ରେ ଗୋଳାମୁଣ୍ଡା ବିଡିଓ ସ୍ନିଗ୍ଧା ପ୍ରଧାନ ମହୋଦୟା, ଗୋଳାମୁଣ୍ଡା ଜୋନ୍ ଜିଲ୍ଲା ପରିଷଦ ହେମାଙ୍ଗିନୀ ରାଉତ, କେଗାଁ ଜୋନ୍ ଜିଲ୍ଲା ପରିଷଦ ଜୟସେନ ସାହୁ ମହୋଦୟ, ସମସ୍ତ ସରପଞ୍ଚ୍ ଓ ସମିତି ସଭ୍ୟ/ସଭ୍ୟା, ସରପଞ୍ଚ୍ ସଂଘ ବ୍ଲକ ସଭାପତି ଶ୍ରୀମାନ ସବୀର ରାଉତ ମହୋଦୟ, bso ଶ୍ରୀମାନ ତ୍ରିଲୋଚନ ନାଏକ ମହୋଦୟ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀମାନ ଟୁଲେଶ୍ୱର ନାୟକ ମହୋଦୟ ଓ ସମସ୍ତ ପିଇଓ ପ୍ରମୁଖ ଯୋଗଦାନ ଦେଇଥିଲେ । ଆମ ବ୍ଲକ ର ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କେମିତି କରାଯିବ ଓ ଆବଶ୍ୟକ ଭାବରେ ଆଲର୍ଟମେଣ୍ଟ ଆସିବ ସେ ବିଷୟରେ ମୁ ମାନ୍ୟବର ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଦାଦା ଙ୍କୁ ଜଣେଇଛି ଓ ସମସ୍ତଙ୍କୁ ଭତ୍ତା ଦେବାର ବ୍ୟବସ୍ଥା ମାନ୍ୟବର ମନ୍ତ୍ରୀ ନିଶ୍ଚୟ କରିବେ.ବୋଲି ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମତ ବ୍ୟକ୍ତ କରିଥିଲେ! କିଭଳି ଭାବରେ ଗୋଲାମୁଣ୍ଡା ର ଗରିବ ଭତ୍ତାଧିକାରୀ ଭତ୍ତା ପାଇବେ ସେଇ ପ୍ରଚେଷ୍ଟା କରୁଛି ବୋଲି ଗରିବ ଲୋକ ମାନଙ୍କୁ ପ୍ରେରଣା ଦେଇଥିଲେ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.