May 26, 2022

ମିଳିତ ଶିକ୍ଷକ ସଂଘ ର ବ୍ଲକ ସ୍ତରୀୟ ବାର୍ଷିକ ଆଲୋଚନା ଚକ୍ର ବୈଠକ

1 min read


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଉଚ୍ଚ ବିଦ୍ୟାଳୟ ର ସଭାଗୃହ ଠାରେ ଟିକାବାଲି ବ୍ଲକ ମିଳିତ ଶିକ୍ଷକ ସଂଘ ର ବ୍ଲକ ସ୍ତରୀୟ ବାର୍ଷିକ ଆଲୋଚନା ଚକ୍ର ସମାରୋହ ଅନୁଷ୍ଠିତ ହୋଇଛି l ଶିକ୍ଷକ ସଂଘ ର ଏକତା ବଜାୟ ସ୍ୱରୂପ ମିଳିତ ଶିକ୍ଷକ ସଂଘ ବରିଷ୍ଠ ଶିକ୍ଷକ ପ୍ରଦୀପ ମହାପାତ୍ର ଙ୍କ ନିବେଦନ କ୍ରମେ ସଂଘ ସଭାପତି ମଧୁସୂଦନ ବେହେରା ଙ୍କ ଦ୍ୱାରା ସଂଘ ଧ୍ଵଜା ଉତ୍ତୋଳନ କରାଯାଇଥିଲା l ଏହାପରେ ଶିକ୍ଷକ ସଂଘ ର ଏକତା, ମାତୃଭୂମି ଭାରତବର୍ଷ ଓ ବୀର ଯବାନ ଙ୍କ ଜୟକର ଧ୍ଵନି ଦିଆଯାଇଥିଲା l ତତପରେ ସମସ୍ତ ସଦସ୍ୟ ବୈଠକ ଗୃହରେ ନିଜ ନିଜ ଆସନ ଗ୍ରହଣ କରିଥିଲେ l ଏହାପରେ ସଂଘ ସମ୍ପାଦିକା ଶ୍ରୀମତୀ ଲତାଞ୍ଜଳି ମହାନ୍ତି ଙ୍କ ଅନୁରୋଧ କ୍ରମେ ସଂଘ ସଭାପତି ମଧୁସୂଦନ ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ଓ ଶ୍ରୀମତୀ ବିଳାସିନୀ ଦିଗାଳ ମଧୁର କଣ୍ଠ ରେ ସ୍ୱାଗତ ସଂଗୀତ ଗାନ କରିଥିଲେ l ଏହାପରେ ବୈଠକ ରେ ଶିକ୍ଷକ ସମ୍ୱନ୍ଧୀୟ ବିଭିନ୍ନ ବିଷୟ ଗୁଡ଼ିକ ବିଷୟରେ ଆଲୋଚନା କରାଯାଇଥିଲା l ଏଥିସହ ଗ୍ରାମୀଣ ଶିକ୍ଷାର୍ଥୀ ଙ୍କ ଶୈକ୍ଷିକ ଉନ୍ନତି ରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଭୂମିକା ଓ ଶିକ୍ଷକ ସଂଘ ତରଫରୁ ସମାଜର ଉପକାର ମୂଳକ କାର୍ଯ୍ୟପନ୍ଥା କିପରି ସଂଘୀୟ ବ୍ୟବସ୍ଥା ମାଧ୍ୟମରେ ହୋଇପାରିବ ଏହି ଶୀର୍ଷକ ଦ୍ବୟ ସମ୍ୱନ୍ଧରେ ମଧ୍ୟ ଆଲୋଚନା ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଟିକାବାଲି ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ l ପ୍ରତ୍ୟେକ ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ମାନେ ନିଜ ନିଜ ର ପଞ୍ଚାୟତ ସ୍ତରରେ ରହିଥିବା ସମସ୍ୟା ସମ୍ପର୍କ ରେ ଆଲୋଚନା କରିଥିଲେ l ଏହି ବୈଠକ ରେ ସଂଘ ଉପ ସଭାପତି ମନୋଜ ଦିଗାଳ, ପବିତ୍ର ସାହୁ, ସହ ସମ୍ପାଦକ ଅରବିନ୍ଦ ମହାପାତ୍ର, କୋଷାଧକ୍ଷ ରଞ୍ଜିତ ନାୟକ, କାର୍ଯ୍ୟକାରୀ ସଭାପତି ହେମନ୍ତ ପଟ୍ଟନାୟକ ଙ୍କ ସହ ଅନେକ ବରିଷ୍ଠ ସଦସ୍ୟ ଯୋଗ ଦେଇଥିଲେ |

Leave a Reply

Your email address will not be published.

Copyright © All rights reserved. | Newsphere by AF themes.