ନିର୍ମାଣ ଶ୍ରମିକ ପକ୍କାଘର ଯୋଜନା ନାଁରେ ଠକେଇ
1 min read
ଖନ୍ତାପଡ଼ା/ବାଲେଶ୍ୱର (ବିମଳ ଦଳେଇ ): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା,ଅଧୀନରେ ଥିବା ପଥରପେଣ୍ଟ ପଂଚାୟତ ତାହାର ପୁର ଗ୍ରାମ ର, 20ରୁ ଉର୍ଦ୍ଧ ଲୋକଙ୍କୁ ଠୁ NSPGY ଅର୍ଥାତ ନିର୍ମାଣ ଶ୍ରମିକ, ପକ୍କାଘର ଯୋଜନାରେ ଘର କରିଦେବା କହି ଜଣକା ଠୁ ପାଞ୍ଚ ହଜାର ତିନିଶହ ଟଙ୍କା ନେଇ ଦୀର୍ଘ ଦିନଧରି ଠକି ଚାଲିଥିଲା l ପୁଣି ଲୋକ ମାନେ ମାଗିବା ରୁ ସେମାନଂକୁ ମାରିବା ପିଟିବା ଧମକ ଦେଇ, ଗୁଣ୍ଡା ଲଗାଇ ମାରିବା ସହିତ, ମିଛ କେଶ କରି ଫସେଇ ଦେବ କହି ଟାଇମି ଗଡେଇ ବୁଲୁଥିଲା l ସେହି ପଥରପେଣ୍ଟ ପଂଚାୟତ ର ତାହାର ପୁର ଗ୍ରାମ ନାରାୟଣ ମହାନ୍ତି ଙ୍କର ପୁଅ ଗୋପାଳ ମହାନ୍ତି, ଅରୋପ ସୁଶାନ୍ତ ମହାନ୍ତି, ଯିଏ କି ଭଦ୍ର ମୁହାଁ ଦେଖାଇ ନିରୀହ ଗରିବ ଲୋକଙ୍କୁ ଠକି ଚାଲିଥିଲା,ଆଜି ସେହି ଗ୍ରାମ ର ପାଞ୍ଚ ରୁ ଉର୍ଦ୍ଧ ଲୋକ ଏକଜୁଟ ହୋଇ ଖନ୍ତାପଡ଼ା ଥାନା ରେ ନ୍ୟାୟ ପାଇଁ ଲିଖିତ ଅଭିଯୋଗ କରିଛନ୍ତି, ସେମାନେ ହେଲେ ମୋନରୋମା ରାଉତ, ସ୍ୱାମୀ ବୁଦ୍ଧିରାମ ରାଉତ, ସୁମତି ରାଉତ,ସ୍ୱାମୀ ରତିକାନ୍ତ ରାଉତ, ନାରାୟଣ ରାଉତ,ବାପା ପୂର୍ଣ୍ଣଚନ୍ଦ୍ର ରାଉତ,ଗୋଲାପ ରାଏ, ସ୍ୱାମୀ ବସନ୍ତ ରାଏ, ଦିଲ୍ଲୀପ ରାଏ, ବାପ ବ୍ରଜସୁନ୍ଦର ରାଏ,ପ୍ରମ୍ମୁଖ ଖନ୍ତାପଡ଼ା ଥାନାରେ ଦ୍ୱାରସ୍ତ ହୋଇଛନ୍ତି, ତେଣୁ ତୁରନ୍ତ ସେମାନଂକୁ ନ୍ୟାୟ ଦେବା କୁ ସାଧାରଣ ରେ କୁହାଯିବା ସହ, ଦୋଷୀ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି l
