ବିଶୋଇ ପୋଲିସ ଦ୍ବାରା ୮ ବାଇକ ଜବତ ସହ, ୩ ବାଇକ ଚୋର ଗିରଫ ମାମଲା ନେଇ ଏସଡିପିଓଙ୍କ ସମ୍ବାଦିକ ସମ୍ମିଳନୀ
1 min read
ରାଇରଙ୍ଗପୁର (ଉତ୍ତମ ରାମ )-ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ବାଇକ ଲୁଟେରାଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଉଛି ।ସୂଚନାଯୋଗ୍ଯ ଯେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ପାଟପୁର ଗ୍ରାମର ଗୋପିନାଥ ମାଝୀ(୨୨) ଏବଂତାଙ୍କ ଭାଇ ଡମନ ମାଝୀଙ୍କ ସହ ଗତ ୧୮/୦୯/୨୦୨୧ ଦିନ ବିଶୋଇ ମିନି ଷ୍ଟାଡିୟମକୁ ଫୁଟବଲ ଖେଳ ଦେଖିବାକୁ ନିଜ ମୋଟର ସାଇକେଲ ଓଡି ୧୧ଇ ୧୯୧୧(ଆର ୧୫ ୟାମା ନୀଳ ରଙ୍ଗର ) ଯାଇ ସେଠାରେ ବିଶୋଇ ୟୁପି ସ୍କୁଲ ପାଖରେ ମୋଟର ସାଇକେଲ ରଖି ଫୁଟବଲ ଖେଳ ଦେଖୁଥିଲେ । ପରେ ଖେଳ ଦେଖିସାରି ବାଇକ ପାଖକୁ ଆସି ଦେଖନ୍ତିତ ବାଇକ ନାହିଁ ।ବହୁତ ଖୋଜାଖୋଜି କଲାପରେ ବାଇକ ନପାଇ ୧୯/୦୯/୨୧ ତାରିଖ ଦିନ ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଏହାକୁ ନେଇ ଥାନାରେ ୧୧୯/୨୧ ରୁଜୁ ହୋଇଥିଲା ।ଏହାକୁ ବିଶୋଇ ଥାନାଧିକାରୀ ଫଣିନ୍ଦ୍ର ଭୂଷଣ ନାଏକ ଗୁରୁତର ସହ ନେଇ ତଦନ୍ତ ଜାରି ରଖିଥିଲେ ।ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ଗୋଟାଏ ବାଇକ ଉଦ୍ଧାର କରିବାକୁଯାଇ ଆଉ ୭ଟି ବାଇକ ଜବତ କଲା ।କୌଣସି ସୂତ୍ରରୁ ଖବର ପାଇ ତିରିଂ ଥାନା ଅଂଚଳର ଲୁପୁଙ୍ଗ ଗ୍ରାମର ମାଝିଆ ଟୁଡୁ(୨୨) ପିତା କୁଶାଲ ଟୁଡୁ,ସଙ୍ଗ ଆଳଦା(୩୮) ଏବଂ କୁଲୁଘୁଟୁ ଅଂଚଳର ଦାମୁ ଆଳଦା (୨୨)କୁ ଗିରଫ କରିଥିଲେ ।ସେମାନଙ୍କଠାରୁ ଗୋପିନାଥ ମାଝୀଙ୍କ ବାଇକ ଜବତ କରିବା ସହ ଆଉ ୭ଟି ବାଇକ ଜବତ କରିଥିଲେ ।

ଘଟଣାର ସବିଶେଷ ସୂଚନା ରାଇରଙ୍ଗପୁର ଏସଡିପିଓ ତାଙ୍କ କାର୍ଯ୍ଯାଳୟ ପରିସରରେ ଏକ ଖବରଦାତା ସମ୍ମିଳନୀରେ ସୋମବାର ଅପରାହ୍ନରେ ଦେଇଥିଲେ ।ପରେ ବିଶୋଇ ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଥିଲେ ।ଖୁବ କମ ଦିନରେ ବିଶୋଇ ଥାନାଧିକାରୀ ଫଣିନ୍ଦ୍ର ଭୂଷଣ ନାଏକଙ୍କ ନେତୃତ୍ବରେ ଖୁବ କମ ସମୟରେ ଏକ ଟ୍ରକ ଡ୍ରାଇଭର ହତ୍ଯାକାଣ୍ଡର ରାଜପଥ ଲୁଟେରା ଦୁର୍ଦାନ୍ତ ଅପରାଧି ଗିରଫ ସହ ଆଜି ତିନି ବାଇକ ଲୁଟେରା ଗିରଫର ସଫଳ ପର୍ଦାଫାଶ କରିଛନ୍ତି ।ଦେଖାଯାଉ ଏହା ବାଇକ ଲୁଟେରାଙ୍କ ସହ ଆନ୍ତରାଜ୍ଯ ବାଇକ ଲୁଟେରା ସାମିଲ ଅଛନ୍ତି କି ନାହିଁ !