May 26, 2022

ଅଖଣ୍ଡ ଭାରତ ସଂକଳ୍ପ ଦିବସ ପାଳିତ


ବାଲେଶ୍ୱର (14/8/21):ଆଜି ବାଲେଶ୍ୱର ଜିଲ୍ଲା ର ନୀଳଗିରି ନଗର ରେ ଏବିଭିପି ପକ୍ଷରୁ ବିଶାଳ ତ୍ରିରଙ୍ଗା ରାଲି ଅନୁଷ୍ଠିତ ହୋଇଥିଲା ତେଣୁ
ଏହି ଅଖଣ୍ଡ ଭାରତ ସଂକଳ୍ପ ଦିବସ ଅବସର ରେ ନୀଳଗିରି ନଗର ରେ ଏବିଭିପି ର ବିଶାଳ ତୀରଙ୍ଗା ପତାକା ୨୦୦ ଫୁଟ ର ତ୍ରିରଙ୍ଗା ରାଲି ନୀଳଗିରି ବସଷ୍ଟାଣ୍ଡ ରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ କରାଯାଇଥିଲା. ଉକ୍ତ କାର୍ଯ୍ୟକ୍ରମ ରେ ନଗର ସମ୍ପାଦକ ଗୋପୀ ବଲ୍ଲଭ ରାଉତ, ଜିଲ୍ଲା ସହ ସଂଯୋଜକ ଜୀବନ ଜ୍ୟୋତି ରାଉତ, ବ୍ଲକ ସଂଯୋଜକ ବିରଞ୍ଚି ନାରାୟଣ ତ୍ରୀପାଠୀ ପ୍ରମୁଖ ଙ୍କ ନେତୃତ୍ଵ ଆୟଜନ କରାଯାଇଥିଲା । ଏହି କାର୍ଯକ୍ରମ ରେ ଜିଲ୍ଲା ପ୍ରମୁଖ ଅଧ୍ୟାପକ ପ୍ରତ୍ୟୁଷ କୁମାର ବେହେରା ଓ ନଗର ଉପ ସଭାପତି ନିହାର ରଞ୍ଜନ ବେହେରା ଉପସ୍ଥିତ ରହିଥିଲେ। ଏବଂ ଉକ୍ତ କାର୍ଯ୍ୟକ୍ରମ ରେ ୩୦୦ ଉର୍ଦ୍ଧ ଛାତ୍ର ଛାତ୍ରୀ ଙ୍କ ଭାରତ ମାତା କି ଜୟ ନାରା ରେ ପ୍ରକମ୍ପିତ ହୋଇ ନୀଳଗିରି ସହର ଓ଼ଠିଥିଲା, ଅମୃତ ମହୋତ୍ସବ ପାଳନ ଅବସର ରେ ଆସନ୍ତା କାଲି ପ୍ରତ୍ୟେକ ଗାଁ ରେ ବିଦ୍ୟାର୍ଥୀ ପରିଷଦ ର କାର୍ଯ୍ୟକର୍ତ୍ତା ମାନେ ତ୍ରିରଙ୍ଗା ଉଡେଇବେ ବୋଲି ରାଜ୍ୟ ବିଶ୍ଵ ବିଦ୍ୟାଳୟ ସଂଯୋଜକ ଲକ୍ଷ୍ମୀ ନାରାୟଣ ନାୟକ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ୟନ୍ ଦେଇଥିଲେ ।। ଏହି କାର୍ଯକ୍ରମ ରେ ବିଦ୍ୟାର୍ଥୀ ପରିଷଦର ପୁରାତନ କାର୍ଯ୍ୟକର୍ତ୍ତା ସତ୍ୟ ନାରାୟନ ମହାପାତ୍ର, ଚନ୍ଦ୍ରବିନ୍ଦୁ ଦାସ,ସମର ଶଙ୍କର କାନୁନଗୋ ଭବାନୀ ଶଙ୍କର ଓ କାର୍ତ୍ତିକ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ।


ସ୍ୱାଧୀନତାର ଏହି ୭୫ ବର୍ଷ ଅବସରରେ ଆସନ୍ତା ସ୍ଵାଧୀନତା ଦିବସ ରେ ଗାଁ ଗାଁ ରେ ତ୍ରିରଙ୍ଗା ଉଡାଇବା ପାଇଁ ଏବିଭିପି ଯୋଜନା ପ୍ରସ୍ତୁତ ହୋଇଛି।। ସ୍ବାଧୀନତାର ଏହି ଉତ୍ସବ କୁ ସାମାଜିକ ଓ ରାଷ୍ଟ୍ର ଉତ୍ସବ ଭାବେ ପ୍ରତ୍ୟେକଟି ବ୍ୟକ୍ତି ପାଳନ କରନ୍ତୁ ବୋଲି ବିଦ୍ୟାର୍ଥୀ ପରିଷଦ ଆଗ୍ରହ କରିଛନ୍ତି ଓ ଆମ ଦେଶ କୁ ସ୍ୱାଧୀନ କରିବା ପାଇଁ ଓଡିଶା ର ଆଉ ଓଡ଼ିଆ ବୀର ଙ୍କର ମଧ୍ୟ ଅତୁଳନୀୟ ଅବଦାନ ରହି ଅଛି।।ସମୟ ଆସିଛି ଆମେ ସମସ୍ତେ ସେହି ମହାନ ଆତ୍ମା ଙ୍କୁ ମନେ ପକେଇବା ଯାହା ତାଙ୍କ ପାଈଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ବିଦ୍ୟାର୍ଥୀ ପରିଷଦ ର ପୁରାତନ କାର୍ଯ୍ୟକର୍ତ୍ତା ଓ ଶୁଭେଚ୍ଛୁ ମାନେ ମତ ପ୍ରକାଶ କରିଥିଲେ ।। ବିଦ୍ୟାର୍ଥୀ ପରିଷଦ ର ନଗର କାର୍ଯ୍ୟକର୍ତ୍ତା ଜଗଦୀଶ ଟୁଡୁ, ମନୋରଞ୍ଜନ ମହୁରିଆ, ସପନ ଟୁଡୁ, ସୁକୁମାର ଟୁଡୁ, ଭାଗ୍ୟଶ୍ରି ବାଗ, ଧୀରେନ୍ଦ୍ର ଲେଙ୍କା, ସାଇସତ୍ୟ ପ୍ରକାଶ ବେହେରା, ସୁଶାନ୍ତ ମାଝୀ , ଦୁର୍ଗା ରଞ୍ଜନ ପାଢ଼ୀ, ସମ୍ବିତ ରାଉତ, ଜୟନ୍ତ ନାୟକ, ନିରଞ୍ଜନ ଜେନା, ସତ୍ୟ ପ୍ରକାଶ ଦଳେଇ, ଜ୍ୟୋତି ପ୍ରକାଶ ବାରିକ, ଅରୁଣ ନାୟକ, ସୁଧାଂଶୁ ନାୟକ, ସୁଶିଲ ଦଳେଇ, ବିକାଶ ସାହୁ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯକ୍ରମ ର ସଫଳ ରୂପାୟନ କରିଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.