ନୀଳଗିରି ବିଜୁ ଜନତା ଦଳ ପକ୍ଷରୁ ଏକ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ
1 min read
ନୀଳଗିରି/ବାଲେଶ୍ୱର:ରାଜନୀତିକ ଦୃଷ୍ଟିକୋଣ ରୁ, ବାଲେଶ୍ୱର ବିଜୁ ଜନତା ଦଳ ଏକ ଗୁରୁତ୍ୱପୂର୍ଣ ଜିଲ୍ଲା ହୋଇଥିବା ବେଳେ, ନୀଳଗିରି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ. ଆଗାମୀ ପଂଚାୟତ ଏବଂ ଏନ. ଏ. ସି. ନିର୍ବାଚନ ରେ ନୀଳଗିରି ବିଜୁ ଜନତା ଦଳ ଫଳାଫଳ ଯଥେଷ୍ଟ ଗୁରୁତ୍ୱ ରହିଛି ବୋଲି. ତାହାକୁ ଦୃଷ୍ଟି କୁ ନେଇ ଆଜି ନୀଳଗିରି ଏନ. ଏ. ସି କଲ୍ୟାଣ ମଣ୍ଡପ ଠାରେ, ଏକ ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି. ଉକ୍ତ କାର୍ଯ୍ୟକ୍ରମ ଟି ନୀଳଗିରି ବିଜେଡି ବିଧାୟକ ପ୍ରାଥୀ ସନ୍ତୋଷ ଖଟୁଆ ଙ୍କ ଅଧ୍ୟକ୍ଷତା ରେ ଆୟଜିତ ହୋଇଥିଲା, ଏଥିରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ଜିଲ୍ଲା ପ୍ରଯ୍ୟବେକ୍ଷକ, ତଥା ଆଳି ବିଧାୟକ ଶ୍ରୀଯୁକ୍ତ ପ୍ରତାପ କେଶରୀ ଦେବ, ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ, ଏବଂ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ , ରବୀନ୍ଦ୍ର କୁମାର ଜେନା ଉପସ୍ଥିତ ରହିଥିଲେ, ଏବଂ ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ନୀଳଗିରି ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଦଳର ଆଗ ଧାଡିର ନେତା ଓ କର୍ମୀ ମାନେ ଯୋଗଦାନ ଦେଇଥିଲେ, ସେମାନଂକୁ ଶ୍ରୀଯୁକ୍ତ ଦେବ ପୁଷ୍ପ ଗୁଚ୍ଛ, ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା, ଉକ୍ତ ବୈଠକ ରେ ମୁଖ୍ୟ ସାରାଂଶ ରହିଥିଲା ତୃଣମୂଳ ସ୍ତରରୁ ଗ୍ରାମ୍ୟ ସ୍ତରରେ ୱାର୍ଡ କେନ୍ଦ୍ରୀୟ ବୈଠକ କରି ସମସ୍ତ କାର୍ଯ୍ୟ କର୍ତ୍ତା ସମସ୍ତ ପୁରୁଣା ରାଗ ରୁଷା କୁ ଭୁଲି ନିଜ ନିଜ ୱାର୍ଡ କେନ୍ଦ୍ରୀୟ ସଜାଡି ବାକୁ ଶ୍ରୀ ଜେନା ଆହ୍ୱାନ ଦେଇଥିଲେ, ତେଣୁ ଉକ୍ତ ବୈଠକରେ ନୀଳଗିରି ନିର୍ବାଚନ ମଣ୍ଡଳୀ ର, ସମସ୍ତ ପଂଚାୟତ ର ମୁଖ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିବା ସହ ବହୁ ପୁରୁଖା ବିଜେଡି ନେତା ଉପସ୍ଥିତ ରହିଥିଲେ l