ହୋଟେଲ ଭିତରେ କବାଟ ବନ୍ଦ କରି ବାଡେ଼ଇଲେ, ଦୁଇ ଗୁରୁତର…
1 min read
ପଞ୍ଚୁଲିଙ୍ଗେଶ୍ୱର, ବାଲେଶ୍ୱର (ବିମଳ ଦଳେଇ )21/9:ବାଲେଶ୍ୱର ଜିଲ୍ଲା ନୀଳଗିରିସ୍ଥିତ ଟ୍ରକ ମାଲିକ ସଂଘରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳ ଆଜି ସମ୍ପ୍ରତି ଗୋଷ୍ଠୀସଂଘର୍ଷ ରେ ପରିଣତ ହୋଇଛି l ଆକ୍ରମଣ ରେ ଦୁଇଜଣ ଗୁରୁତର ହୋଇ ନୀଳଗିରି ଡାକ୍ତରଖାନା ରେ ଭର୍ତି ହେବା ଘଟଣା ଅଂଚଳରେ ଚର୍ଚ୍ଚା ର ବିଷୟ ପାଲିଟିଛି l ବିଶ୍ୱକର୍ମା ପୂଜା ଭୋଜି କରିବାକୁ ଯାଇ ସଂଘର କର୍ମକତା ମାନେ ପଞ୍ଚଲିଙ୍ଗେଶ୍ୱରସ୍ଥିତ ହୋଟେଲ ହୋଲିସ୍ଟିକ ବ୍ଲୁ ରେ ଭୋଜିରେ ଆୟୋଜନ କରାଯାଇଥିଲା କିନ୍ତୁ ହଠାତ ଦଶରୁ ବାର ଜଣ ଯୁବକ ଉକ୍ତ ହୋଟେଲ ରେ ଅବାଧରେ ପଶି କବାଟ କିଳିବା ପରେ, ସଂଘର କର୍ମକତା ମାନଂକୁ ଅତିରିକ୍ତ ଆକ୍ରମଣ କରିଥିଲେ l ନିସ୍ତୁକ ମାଡ଼ ଖାଇ ସଂଘର ସମ୍ପାଦକ ସାନ୍ତୁନୁ ବିଶ୍ୱାଳ, ଓ କୋଷାଧ୍ୟକ୍ଷ ଜଗବନ୍ଧୁ ବେହେରା ଅତ୍ୟନ୍ତ ଗୁରୁତର ଥିବା ବେଳେ, ଅଜିତ ଅରଫ ଗୁରା ପତି ଓ ଅନ୍ୟ ସଦସ୍ୟ ମାନେ ଆହତ ହୋଇଛନ୍ତି l ତେଣୁ ଖବର ପାଇ ପୋଲିସ ଘଟଣା ସ୍ଥଳେ ପହଂଚି ଗୁରୁତର ଅବସ୍ଥା ରେ ସେମାନଂକୁ ଉଦ୍ଧାର କରି ନୀଳଗିରି ହସ୍ପିଟାଲ ରେ ଭର୍ତି କରି ତଦନ୍ତ ଚଳାଇ ଛନ୍ତି l
