ନୀଳଗିରି ରେ ଜାତୀୟ ପ୍ରେସ ଦିବସ ପାଳନ
1 min read
ନୀଳଗିରି/ବାଲେଶ୍ୱର(ବିମଳ ଦଳେଇ ):ଆଜି ଜାତୀୟ ପ୍ରେସ ଦିବସ ଉପଲକ୍ଷେ ସନ୍ଧ୍ୟା ପାଞ୍ଚ ଘଟିକା ସମୟରେ ନୀଳଗିରି ଉତ୍କଳ ସାମ୍ବାଦିକ ସଙ୍ଗ ପକ୍ଷରୁ ଏନଏସି କଲ୍ୟାଣ ମଣ୍ଡପ ଠାରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇ ଥିଲା l ଏଥିରେ ଗଣତନ୍ତ୍ରର ସୁରକ୍ଷା ଓ ଗଣମାଧ୍ୟମ ଭୂମିକା ବିଷୟରେ ଆଲୋକପାତ କରାଯାଇ ଥିଲା l ସମ୍ଭିଧାନ ର ଚତୃର୍ଥସ୍ତମ୍ଭ ଗଣମାଧ୍ୟମ କିଭଳି ଭାବରେ ଦେଶ ମାତୃକାର ର ସେବା କରି ଉଚିତ ନ୍ୟାୟ କିପରି ସାଧାରଣ ଜନତା ପାଇପାରିବେ ସେନେଇ ତାର ସଙ୍ଘର୍ଷ କରି ଜାରିରଖିଛି ଏବଂ ସାମ୍ବାଦିକ ଙ୍କର ସମାଜ ପ୍ରତି ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ତାହାର ବିସ୍ତୃତ ବର୍ଣ୍ଣନା କରିଥିଲେ l ଉପସ୍ଥିତ ରହିଥିବା ମୁଖ୍ୟଅତିଥି ନୀଳଗିରି ଉପଜିଲ୍ଲାପାଳ ହରିଶଚନ୍ଦ୍ର ଜେନା ସାମ୍ବାଦିକ ଙ୍କୁ କିପରି ପ୍ରଶାସନ ତରଫରୁ ସୁରକ୍ଷା ମିଳିପାରିବ ସେ ନେଇ ଜିଲ୍ଲା ପ୍ରଶାସନ ଙ୍କ ଦୃଷ୍ଟି ଆର୍କଷଣ କରିବେ ବୋଲି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମ ରେ ନୀଳଗିରି ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ନିଜ ବକ୍ତବ୍ୟ ମାଧ୍ୟମ ରେ କହିଥିଲେ ସାମ୍ବାଦିକ ହେଉଛିନ୍ତି ଗଣତନ୍ତ୍ର ର ଜାଗ୍ରତ ପହରୀ l ସମାଜସେବୀ ସବ୍ୟସାଚି ମହାପାତ୍ର, ସାମ୍ବାଦିକ ଙ୍କୁ ଖୁବ ପ୍ରଂଶସା କରିବା ସହିତ,ଆଜିର ସମାଜରେ ତୃଣମୂଳ ସ୍ତରରୁ ସାଧାରଣ ଜନତା ଙ୍କର ଦୁଃଖ ଦୁର୍ଦଶା କୁ କିଭଳି ଭାବରେ ପ୍ରଶାସନ ଦୃଷ୍ଟି ଗୋଚର କରି ସେମାନଙ୍କ ର ସମଶ୍ୟା ସମାଧାନ କରିଥାନ୍ତି ଏବଂ ପ୍ରଶାସନ ଯେଉଁ ସବୁ ଭୁଲ କରି ବସିଥାନ୍ତି ତାହା ଲୋକଲୋଚନ କୁ ଆଣି ତାହାର ଉପଯୁକ୍ତ ବାଟ ଖୋଲି ଥାନ୍ତି l ତେଣୁ ଆଜିର ସମାଜରେ ସାମ୍ବାଦିକ ଙ୍କର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ ଓ ଉତ୍କଳ ସାମ୍ବାଦିକ ବାଲେଶ୍ୱର ସଙ୍ଗ ର ସଭାପତି ବ୍ରହ୍ମନନ୍ଦ ସ୍ୱାଇଁ, କହିଥିଲେ ସାମ୍ବାଦିକ ସୁରକ୍ଷା ପାଇଁ ରାଜ୍ୟ ସରକାର ଙ୍କର ଦୃଢଦାବି କରିବା ପାଇଁ ପରାମର୍ଶ ଦେଇଥିଲେ l ଉତ୍କଳ ବାଲେଶ୍ୱର ସାମ୍ବାଦିକ ସଙ୍ଘ ର ସମ୍ପାଦକ ଲୋକନାଥ ଦଳେଇ ମଞ୍ଚ ପରିଚାଳନା କରିଥିଲେ l ସାମ୍ବାଦିକ ଙ୍କର ଭୂମିକା ଓ ସୁରକ୍ଷା ନିମନ୍ତେ ବିଭିନ୍ନ ପ୍ରସଙ୍ଗରେ ଉଠାଇ ଆଲୋଚନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ସାମ୍ବାଦିକ ଙ୍କ ମଧ୍ୟରୁ ବିଜୟ ଲେଙ୍କା, ସୀତାରାମ ପାତ୍ର,ସୁଧାଂଶୁ ବାରିକ,ନିହାର ଜେନା, ଭଗବାନ ମହଲ, ଅମେରେନ୍ଦ୍ର ମହାପାତ୍ର, ଜଗନ୍ନାଥ ପାତ୍ର, ରତିକାନ୍ତ ବେହେରା, ଅତୁଲ ସ, ବିଶ୍ୱମ୍ବର ଦାସ, ସୁକାନ୍ତ ଦାସ, ବିମଳ କୁମାର ଦେଳେଇ, ବିଭୁତିଭୂଷଣ ବେହେରା, ପ୍ରଫୁଲ ମହାନ୍ତ,ନିଶିକାନ୍ତ ପରିଡା ପ୍ରମ୍ମୁଖ ଙ୍କ ସହ ନୀଳଗିରି ରେ ବହୁ ସାମ୍ବାଦିକ ଉପସ୍ଥିତ ରହିଥିଲେ l

