May 26, 2022

ନୀଳଗିରି ପୌର ନିର୍ବାଚନ ରେ ରେ ବିଜେଡି ର ବାଜିମାତ

1 min read


ନୀଳଗିରି (ବିମଳ ଦଳେଇ ):ଚଳିତ ପୌର ନିର୍ବାଚନ ରେ.ନୀଳଗିରି ରେ. ପୁଣି ଥରେ ଶଙ୍ଖ ଧ୍ୱନି ରେ, ନୀଳଗିରି ସହର ପ୍ରକମ୍ପିତ ହୋଇ ଉଠିଲା l ଡବଲ ଇଂଜିନି ଗଡ଼ କୁହାଯାଇ ଥିବା ନୀଳଗିରି ନିର୍ବାଚନ ମଣ୍ଡଳୀ କୁ ତଥା ଏଠି ବିଜେପି ବିଧାୟକ ସୁକାନ୍ତ ନାୟକ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗି ଓ ବର୍ତ୍ତମାନ ର ବାଲେଶ୍ୱର ସାଂସଦ ଙ୍କର ଗଡ଼, ଯେଉଁଠି ଆଜି ବିଜେଡି ତାର ଏ. ଏନ. ସି ରେ 13ଗୋଟି ୱାର୍ଡ଼ ରୁ ଆଠ ଗୋଟି ବାଜିମାତ କରିଥିଲା, ବେଳେ, ବିଜେପି 3ଟି କଂଗ୍ରେସ ଗୋଟିଏ, ଓ ସ୍ୱାଧୀନ ଗୋଟିଏ ପାଇଥିଲେ,ଏବଂ ଚେୟାରମ୍ୟାନ ଅଦକ୍ଷ୍ୟା ଅମ୍ବିକା ଦାସ 35ଗୋଟି ଭୋଟ ରେ ଆଗୁଆ ରହି, ଚେୟାରମ୍ୟାନ ଅଦକ୍ଷ୍ୟା ପଦ ଟି ବାଜିମାତ କରିଥିଲା, ତେଣୁ ନୀଳଗିରି ବିଜେଡି ତାର ବିଜୟ ଉତ୍ସବ ବହୁ ଆଡ଼ମ୍ବର ଓ ଶଙ୍ଖ ଧ୍ୱନି ରେ ନୀଳଗିରି ସହର ପ୍ରଂକପିତ ହୋଇ ଉଠି ଥିଲା lତେଣୁ ନୀଳଗିରି ବାସି ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କର, ଜନକଲ୍ୟାଣ ଯୋଜନା, ଓ ବାଲେଶ୍ୱର ର ପୂର୍ବତନ ସାଂସଦ,ତଥା ବିଜେଡି ଜିଲ୍ଲା ସଭାପତି ଇଂ ରବୀନ୍ଦ୍ର କୁମାର ଜେନା, ଙ୍କର ବାଲେଶ୍ୱର ର କୁ ବିକାଶ ଧାରା କୁ ଆଗେଇ ନେବା, ସଦା ସର୍ବଦା ଲୋକଙ୍କ ସହ ଜଡିତ ରହି,ଲୋକଙ୍କର ସୁଖ ଦୁଃଖ ରେ ଭାଗୀଧାରୀ ହେବା,ନୀଳଗିରି ନିର୍ବାଚନ ମଣ୍ଡଳୀ ର ବିକାଶ ଧାରା କୁ ଆଗେଇ ନେଇ, ଶୀର୍ଷ ରେ ପହଞ୍ଚେଇବା,ନୀଳଗିରି ମୁଖ୍ୟ ତଥା ବିଜେଡି ବିଧାୟକ ପ୍ରାଥୀ ସନ୍ତୋଷ ଖଟୁଆ ଙ୍କର ନେତୃତ୍ୱ ସହ, ଅନ୍ୟ ବହୁ ବିଜେଡି ପୁରୁଖା ନେତା ମାନ ଙ୍କର, ଲୋକ ମାନଙ୍କ ପ୍ରତି ଯେଉଁ ସେବା, ଓ ସରକାରୀ ଯୋଜନା ରୁ ଯେପରି ସେମାନେ ଯେପରି ବଞ୍ଚିତ ନ ରହିବେ, ତାଙ୍କର ଏହିପରି କାର୍ଯ୍ୟ ପାଇଁ, ନୀଳଗିରି ରେ ବିଜେଡି ର ଐତିହାସିକ ବିଜୟ ର ମୂଳ ଅଂଶ,ବୋଲି ସାଧାରଣ ରେ କୁହାଯାଉଛି,ତେଣୁ ଡବଲ ଇଂଜିନି ଗଡ଼ ରେ ଶଙ୍ଖ ଧ୍ୱନି ରେ ପ୍ରଙ୍କପିତ ହୋଇ ଉଠିଲା, ଫଳରେ ନୀଳଗିରି ବିଜେଡି କର୍ମୀ ଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲାl

Leave a Reply

Your email address will not be published.

Copyright © All rights reserved. | Newsphere by AF themes.