ନୀଳଗିରି ବିଜୁ ଯୁବ ଜନତା ଦଳ ପକ୍ଷରୁ କାର୍ଯ୍ୟକାରିଣୀ ଓ ସାଙ୍ଗଠନୀକ ବୈଠକ ଅନୁଷ୍ଠିତ
1 min read
ନୀଳଗିରି (ଆମହକନ୍ୟୁଜ ):ପଂଚାୟତ ଇଲେକ୍ସନ କୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ତାହାକୁ ଦୃଷ୍ଟିରେ ରଖି ଆଜି ବାଲେଶ୍ୱର ଜିଲ୍ଲା, ନୀଳଗିରି ବ୍ଲକ ବିଜୁ ଯୁବ ଜନତା ଦଳ ପକ୍ଷରୁ ମିତ୍ରପୁର ମହୋତ୍ସବ ପଡିଆ ଠାରେ ନୀଳଗିରି ବ୍ଲକ ଯୁବ ସଭାପତି ଧୀରେନ୍ଦ୍ର ଲେଙ୍କା, ଙ୍କ ନେତୃତ୍ୱ ରେ ଏବଂ ଜିଲ୍ଲା ବିଜୁ ଯୁବ ଜନତା ର ସଭାପତି ତାପସ ପରିଡା ଙ୍କର ପ୍ରତ୍ୟକ୍ଷ ତତ୍ୱବଧାନ ରେ ଏକ କାର୍ଯ୍ୟକାରିଣୀ ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି l
ଓଡିଶା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ନିର୍ଦେଶ ରେ ଆଗାମୀ ଦିନରେ ଗ୍ରାମ୍ୟ ସ୍ତରଠୁ ଆରମ୍ଭ କରି ଜିଲ୍ଲା ସ୍ତରରେ ସମସ୍ତ ବିଜୁ ଯୁବ ଜନତା ଦଳର ଯୁବ ଗୋଷ୍ଠୀଙ୍କର ଗୁରୁ ଦାୟିତ୍ୱ ରହିଛି ଏବଂ ଯାହା ଦ୍ୱାରା ଲୋକମାନ ଙ୍କର ମୌଳିକ ଅଧିକାର ରୁ ବଞ୍ଚିତ ରହୁଥିବା ସମସ୍ୟା ରସମାଧାନ କରାଯାଇ ପାରିବ l

ଉକ୍ତ କାର୍ଯ୍ୟକାରିଣୀ ବୈଠକ ରେ ଆଲୋକପାତ କରାଯିବା ସହ ଯୁବ ଗୋଷ୍ଠୀ କିପରି ସଂଗଠନ ଗଠନ କରି ପଂଚାୟତ ଇଲେକ୍ସନର ଅଧିକ ରୁ ଅଧିକ ସକ୍ରିୟ ହୋଇ ପାରିବେ ସେନେଇ ଉକ୍ତ କାର୍ଯ୍ୟକ୍ରମ ଗୁରୁମନ୍ତ୍ର ଦିଆଯାଇ ଥିଲା,ଏବଂ ଉକ୍ତ ବୈଠକ ରେ ବିଜୁ ଜନତା ଦଳ ପକ୍ଷରୁ ଅନ୍ୟ ମାନଙ୍କ ମଧ୍ୟରେ ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ଶ୍ରୀମତୀ ସୁବାସିନୀ ଜେନା, ରାଜ୍ୟ ସାଧାରଣ ସମ୍ପାଦକ ତାପସ କୁମାର ପାଣିଗ୍ରାହୀ, ରାଜ୍ୟ ଯୁଗ୍ମ ସମ୍ପାଦକ ଗତିକୃଷ୍ଣ ନନ୍ଦ, ନୀଳଗିରି ନିର୍ବାଚନ ମଣ୍ଡଳୀ ର ମୁଖ୍ୟ ସନ୍ତୋଷ ଖଟୁଆ, ଜିଲ୍ଲା ପ୍ରଯ୍ୟଵେକ୍ଷକ ତଥା ରାଜ୍ୟ ସମ୍ପାଦକ ରାକେଶ ନାୟକ, ଦୁଇ ନମ୍ବର ଜୋନ ର ଜିଲ୍ଲାପରିଷଦ ସଭ୍ୟ ଶୁଭେନ୍ଦୁ ଶେଖର ଜେନା, ଔପଦା ବ୍ଲକ ଯୁବ ସଭାପତି ବିଜୟ ପ୍ରଧାନ, ଙ୍କ ସହ ବହୁ ଯୁବ ନେତା ଓ ବହୁ ଯୁବ ନେତ୍ରୀ ଉପସ୍ଥିତ ରହିଥିଲେ,, ତେଣୁ ଏହିପରି କାର୍ଯ୍ୟକ୍ରମ ଦ୍ୱାରା ଦଳ ଆଗକୁ ଅଧିକ କ୍ରିୟାଶୀଳ ହୋଇପାରିବ ବୋଲି କୁହାଯାଉଛି l
