May 26, 2022

ସୁଖ ଦୁଃଖର ସାଥୀ ସବ୍ୟସାଚୀ….

1 min read

ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀର ଯୁବ ନେତା ତଥା ପୂର୍ବତନ ନୀଳଗିରି ନିର୍ବାଚନ ମଣ୍ଡଳୀ ର ବିଜେଡି ଯୁବ ସଭାପତି ଭାବରେ ପରିଚିତ ସବ୍ୟସାଚୀ ମହାପାତ୍ର ଓରଫ ଟୂବୁଲୁ l

ସେ ଦୁଃଖୀ ଓ ଅସହାୟ ମାନଙ୍କ ର ଦରଦୀ ବନ୍ଧୁ କହିଲେ ଅତ୍ୟୁକ୍ତି ହେବ ନାହିଁ ସେ ପ୍ରତି ମୁହୂର୍ତ ରେ ଲୋକ ମାନଙ୍କର ବିପଦ ର ବନ୍ଧୁ ହୋଇ ଛିଡା ହୋଇ ସାହାଯ୍ୟ ସହଯୋଗ କରି ଆସୁଛନ୍ତି, ଏବଂ ଯୁବ ବର୍ଗଙ୍କୁ ବିଭିନ୍ନ କ୍ରୀଡା ମାଧ୍ୟମରେ ସେମାନଂକୁ ଖେଳିବା କୁ ଉତ୍ସାହ କରିବା ସହିତ ସେମାନଙ୍କର ଆବଶ୍ୟକ ଖେଳ ସରଞ୍ଜାମ ନିଜ ବ୍ୟକ୍ତିଗତ ପାଣ୍ଠିରୁ ସହଯୋଗ କରିଥାନ୍ତି, ଓ ବୃଦ୍ଧ ଲୋକ ମାନଂକୁ ଶୀତ ବସ୍ତ୍ର ପ୍ରଦାନ କରିବା ସହିତ ସେମାନଙ୍କ ର ଦୁଃଖର ଭାଗୀଧାରୀ ହୋଇ ଥାନ୍ତି l

ବିଶ୍ୱ ବ୍ୟାପି କରୋନା ମହାମାରୀ ରେ ନିଜ ଜୀବନ କୁ ଉତ୍ସର୍ଗ କରି ଲୋକ ମାନଂକୁ ସଚେତନ କରିବା ସହିତ ମାସ୍କ, ସାନିଟାଇଜର ବାଣ୍ଟିଥାନ୍ତି, ଏବଂ ମହାମାରୀ ସମୟରେ ଦେଶ ବ୍ୟାପି ଡାକ୍ତରଖାନା ଗୁଡିକରେ ରହିଥିବା ରକ୍ତଭଣ୍ଡାର ରକ୍ତ ର ଅଭାବ ପରିଲକ୍ଷିତ ହେଉଥିବା ବେଳେ ଯୁବପିଡି ଙ୍କ ଦ୍ୱାରା ବ୍ଲଡ଼ ଡୋନେଟେ କ୍ୟାମ୍ପ କରି, ଡାକ୍ତର ଖାନା ଗୁଡିକୁ ରକ୍ତ ଯୋଗାଇଥାନ୍ତି

, ଏବଂ ଗ୍ରାମ ଅଂଚଳ ରୁ ଆରମ୍ଭ କରି ସହର ଅଞ୍ଚଳ ର ବିଭିନ୍ନ ପୂଜା ଓ ବାର୍ଷିକ ଆନୁଷ୍ଠାନିକ ଉତ୍ସବ ରେ ଯୋଗଦାନ ଦେଇ ଆଗାମୀ ଦିନରେ ସମାଜର ପରିବର୍ତନ କିପରି ହେବ, ସେନେଇ ଯୁବ ବର୍ଗ ମାନଙ୍କର ଗୁରୁ ଦାୟିତ୍ୱ ,, ରହିଛି ବୋଲି ସେ କହିଥାନ୍ତି ଏବଂ , ବଡ଼ ବଡ଼ ରୋଗ ହୋଇଥିବା ଲୋକଙ୍କୁ ଉପଯୁକ୍ତ ଚିକିତ୍ସା କରି ସୁସ୍ଥ କରିଥାନ୍ତି l

ସେ ଭଗବାନ ସଦୃଶ୍ୟ ବ୍ୟକ୍ତିତ୍ୱ ମଣିଷ ଟିଏ l ସଭିଙ୍କ ସୁଖ ଦୁଃଖ ର ସାଥି l କେବେ ଆପଣା ପର ବିଚାର ନ କରି ସହାୟତା ର ହାତ ବଢ଼ାନ୍ତି ସେ lତେଣୁ ତାଙ୍କର ଏହିପରି ପରଉପକାରୀ ସେବା ଶୁଶ୍ରୁଷା ପାଇଁ ନୀଳଗିରି ଅଂଚଳ ର ବେଶ ଲୋକପ୍ରିୟତା ବଢିବାରେ ଲାଗିଛି, ଗରିବ ଠୁ ଧନୀ ପ୍ରଯ୍ୟନ୍ତ ସମସ୍ତଙ୍କ ହୃଦୟର ଜଣେ ଭଲ ମଣିଷ ଟିଏ ହୋଇପାରିଛନ୍ତି,,

Leave a Reply

Your email address will not be published.

Copyright © All rights reserved. | Newsphere by AF themes.