May 26, 2022

ବିଜେଡି ରୁ ନିଲମ୍ବିତ ହେଲେ ସବ୍ୟସାଚୀ

1 min read

ନୀଳଗିରି(ଆମହକନ୍ୟୁଜ ): ବିଜେଡି ଦଳରେ ଥାଇ ଦଳ ବିରୋଧି କାର୍ଯ୍ୟ କରିବା ତଥା ସାମାଜିକ ଗଣମାଧ୍ୟମରେ ବରିଷ୍ଠ ନେତାଙ୍କ ବିରୋଧରେ ବିଷଉଦ୍ଗାଳିବା ଶବ୍ଦ ପ୍ରୟୋଗ କରି ବିଜେଡି ଦଳକୁ ବଦନାମ କରୁଥିବା ଅଭିଯୋଗ ଆସିଛି ଯୁବନେତା ସବ୍ୟସାଚୀ ଙ୍କ ନାମରେ l

ଶନିବାର ନୀଳଗିରି ନିର୍ବାଚନମଣ୍ଡଳୀର ପୂର୍ବତନ ଯୁବବିଜେଡି ସଭାପତି ସବ୍ୟସାଚୀ ମହାପାତ୍ରଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ବାଲେଶ୍ୱର ଜିଲା ବିଜେଡି ସଭାପତି ରବୀନ୍ଦ୍ର ଜେନାଙ୍କ ଅନୁମୋଦନକ୍ରମେ ନୀଳଗିରି ନିର୍ବାଚନମଣ୍ଡଳୀ ନେତା ସନ୍ତୋଷ ଖଟୁଆଙ୍କ ନିର୍ଦେଶରେ ତଥା ରାଜ୍ୟ ବିଜେଡି ସହସମ୍ପାଦକ ଗତିକୃଷ୍ଣ ନନ୍ଦ ଏବଂ ନୀଳଗିରି ନିର୍ବାଚନମଣ୍ଡଳୀର ବରିଷ୍ଠ ନେତାଙ୍କ ପରମର୍ଶକ୍ରମେ ଏହି ନିଷ୍ପତି ନିଆଯାଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି। ନିଲମ୍ବିତ ସମ୍ପର୍କରେ ବିଜେଡିର ନୀଳଗିରି ନଗର ସଭାପତି ରବୀନ୍ଦ୍ର ପରିଡ଼ା ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି। ଅପରପକ୍ଷରେ ଏ ସମ୍ପର୍କରେ ଯୁବନେତା

ସବ୍ୟସାଚୀ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି ଯେ, ସେ ଦଳରେ ରହି ସଦାସର୍ବଦା ଲୋକସେବା କରି ଆସୁଛନ୍ତି ଏବଂ ଆଗକୁ ମଧ୍ୟ ଏହି ଲୋକ ସେବା ଜାରି ରଖିବେ। ସେ ମୁଖ୍ୟମନ୍ତ୍ରୀ ଙ୍କୁ ଭଲ ପାଆନ୍ତି । କେତେକ ଦଳୀୟ ନେତା ଇର୍ଷାନ୍ୱିତ ହୋଇ ଏଭଳି ଚକ୍ରାନ୍ତ କରିଥାଇ ପାରନ୍ତି ବୋଲି ସେ ସଫେଇ ଜଣାଇଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.