May 26, 2022

ଶ୍ୟାମସୁନ୍ଦର ପୁର ଯୁବକ ସଙ୍ଗ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ବିଶ୍ୱ ମହାମାରୀ କରୋନା ରେ ରାଜ୍ୟ ଠୁ ଆରମ୍ଭ କରି ଜିଲ୍ଲାର ପ୍ରତେକ ଡାକ୍ତରଖାନା ରେ ରହିଥିବା ରକ୍ତଭଣ୍ଡାର ଗୁଡିକ ରେ ରକ୍ତର ଅଭାବ ପରିଲକ୍ଷିତ ହେଉଥିବା ବେଳେ. ତାହାକୁ ଦୃଷ୍ଟିରେ ରଖି ଆଜି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦର ପୁର, ଯୁବକ ସଙ୍ଗ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି, ଉକ୍ତ ଶିବିର ମନୋରଞ୍ଜନ ଦାସ ଏବଂ ବିବେକ କୁମାର ମଲ୍ଲିକ ଙ୍କ ନେତୃତ୍ବରେ ଚତୃର୍ଥ ଥର ପାଇଁ ପଞ୍ଚଲିଙ୍ଗେଶ୍ଵରର ଠାରେ ରହିଥିବା ସାଇ ହିଲ୍ ଭିୟୁ ରିସର୍ଟ ହୋଟେଲ ଠାରେ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା, ଉକ୍ତ ଶିବିର ରେ ମୋଟ 53ୟୁନିଟ ରକ୍ତ ସଂଗ୍ରହ କରାଯାଇଛି

. ତେଣୁ ଏହି ଶିବିରରେ ଶ୍ୟାମସୁନ୍ଦର ପୁର ଯୁବକ ସଙ୍ଗ ପକ୍ଷରୁ ଅନ୍ୟ ମାନଙ୍କ ମଧ୍ୟରେ ଲକ୍ଷ୍ମୀଧର ସ, ମାୟାଧର ପଣ୍ଡା, ଅଶୋକ କୁମାର ମଢୁଆଳ, ଉମାକାନ୍ତ ପାଣିଗ୍ରାହୀ,ଅନିତା ଦାସ,ବବି ମଲିକ, ବିରେନ୍ଦ୍ର ବେହେରା, ମନୋଜ ମଲିକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ, ଏବଂ ମହାମାରୀ ସମୟରେ ସଂଗଠନ ପକ୍ଷରୁ ଏହିପରି ଜନ କଲ୍ୟାଣ କାର୍ଯ୍ୟକ୍ରମ ବିଭିନ୍ନ ମହଲରୁ ବେଶ ପ୍ରଂଶସା କରାଯିବା ସହ, ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଜାରି ବୋଲି ରହିବ ସଂଗଠନ ପକ୍ଷରୁ କୁହାଯାଇଛି,,

Leave a Reply

Your email address will not be published.

Copyright © All rights reserved. | Newsphere by AF themes.