May 26, 2022

ଶିଶିରମହାପାତ୍ର ଫାଉଣ୍ଡେସନ ପକ୍ଷରୁ ପିଲାମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ

1 min read


ଔପଦା/ବାଲେଶ୍ୱର (ବିମଳ ଦଳେଇ ):ଆଜି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅନ୍ତର୍ଗତ କାଣ୍ଡଗରଡ଼ି ପଂଚାୟତସ୍ଥିତ ଖୁଲୀଆ ଗ୍ରାମ ରେ, ଆଦିବାସୀ ପିଲାମାନଙ୍କୁ ପବିତ୍ର ଶିଶୁ ଦିବସ ଉପଲକ୍ଷେ 200ରୁ ଉର୍ଦ୍ଧ ଛୋଟ ଛୋଟ ପିଲାମାନଙ୍କୁ ପାଠ୍ୟ ଉପକରଣ ଯଥା -ବହି, ଖାତା, ପେନସିଲ, କଲମ, ରବର, ବଣ୍ଟନ କରାଯାଇ ଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଫାଉଣ୍ଡେସନ ର ପ୍ରତିଷ୍ଠାତା ସବ୍ୟସାଚି ମହାପାତ୍ର, ଯୋଗଦାନ ଦେଇ ଶିଶୁ ହସିଲେ ଦେଶ ହସିବ ଯେପରି ସେମାନଂକୁ ପାଠ ପଢା ରେ କୋଣସି ବାଧା ବିଘ୍ନ ନ ଆସିବ, ସେମାନେ କିପରି ଆଗାମୀ ଦିନରେ ଭଲ ପାଠ ପଢି ଜିଲ୍ଲା ତଥା ରାଜ୍ୟରେ ନାଁ କୁ ଉଜ୍ୱଳ କରିବେ ଏବଂ ପାଠ ପଢ଼ା ପାଇଁ ଫାଉଣ୍ଡେସନ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଛୋଟ ଛୋଟ ପିଲାମାନେ ଓ ଉପସ୍ଥିତ ରହିଥିବା ଅଭିବାହକ ମାନଙ୍କୁ ନିଜ ବକ୍ତବ୍ୟ ମାଧ୍ୟମ ରେ କହିଥିଲେ l

ଏବଂ ଅନ୍ୟମାନଙ୍କ ମଧ୍ୟରେ ଲଷ୍ମୀଧର ବାରିକ, ଅନୀଲ ଦାସ, ତପନ ନାୟକ, ମହେଶ୍ୱର ପ୍ରଧାନ, ଦିବାକର ନାୟକ, ବାବୁ ରାଉତ, ନାରାୟଣ ବେହେରା, ଶଶୀକାନ୍ତ ବେହେରା ପ୍ରମ୍ମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l ତେଣୁ ଫାଉଣ୍ଡେସନ ର ଏହିପରି ଜନ କଲ୍ୟାଣ କାର୍ଯ୍ୟକ୍ରମ କୁ ବେଶ ପ୍ରଂଶସା କରାଯାଇଥିଲା l

Leave a Reply

Your email address will not be published.

Copyright © All rights reserved. | Newsphere by AF themes.