May 26, 2022

ଚିନ୍ତାରେ ଚାଷୀ

1 min read


ଔପଦା/ବାଲେଶ୍ୱର(ବିମଳ ଦଳେଇ ):ରାଜ୍ୟବ୍ୟାପି ବର୍ତ୍ତମାନ ଧାନ ଚାଷ ଅମଳ କୁ ନେଇ ଚିନ୍ତାରେ ଚାଷୀଭାଇ l ସୂଚନା ମୁତାବକ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ କାଣ୍ଡଗରଡ଼ି ପଂଚାୟତ ଅଧୀନରେ ଥିବା ବାରୁଦଖାନା ଗ୍ରାମ ର ବିଦ୍ୟାଧର ନାମକ ଚାଷୀ ଙ୍କର ପାଖା ପାଖି 3ଏକର ରୁ ଉର୍ଦ୍ଧ ଓ ଅନେକଙ୍କ ସେହି ଗ୍ରାମ ର ଚାଷୀ ଙ୍କର ଅମଳ ଧାନ କୁ ଚକଡା ପୋକ ଖାଇ ସମ୍ପୂର୍ଣ ନଷ୍ଟ କରି ଦେଇଛନ୍ତି l ପୁଣି ଦେଖିବାକୁ ଗଲେ ଏକର ଏକର ଜମି ରେ ବନ୍ୟା ପାଣି ମାଡି ଯିବାରୁ ସେମାନଙ୍କ ର ଅମଳ ଧାନ ସମ୍ପୂର୍ଣ ମାଟିରେ ମିଶି ଯାଇଛି l ଏମାନଙ୍କ ମଧ୍ୟରୁ ଅନେକ ଙ୍କ ସୋସାଇଟି ରୁ ଲୋନ ଆଣି ଚାଷ କରିଥିବା ର ସୂଚନା ମିଳୁଛୁl ତେଣୁ ଧାନ ଅମଳ କରି ଚାଷୀ ରଣ ପରିଶୋଧ କରିଥାନ୍ତି l ଏହିପରି ପ୍ରାକୃତିକ ବିପଯ୍ୟସ୍ତ ପାଇଁ କେତେକ ଚାଷୀ ଧାନ ବିଲରେ ଭାବ ବିଭୋର ହୋଇଗଲେଣି ତ ଆଉ କେତେକ ଚିନ୍ତା ରେ ମୁଣ୍ଡର ହାତ ଦେଲେଣି, ପୁଣି କେହି କେହି ଆତ୍ମହତ୍ୟା କରିବାକୁ ଉଦମ୍ୟ କରିଲେଣି l ତେଣୁ ତୁରନ୍ତ ଉକ୍ତ ଚାଷୀ ମାନଙ୍କ ର କ୍ଷତି ହୋଇଥିବା ଅମଳ ର ଆକଳନ କରି ବ୍ଲକ ସ୍ତରୀୟ ବିଭାଗୀୟ କତୃପକ୍ଷ ଙ୍କ ତରଫରୁ ସହାୟତା ପ୍ରଦାନ କରିବାକୁ ସାଧାରଣ ରେ ଦାବି କରାଯାଇଛି l

Leave a Reply

Your email address will not be published.

Copyright © All rights reserved. | Newsphere by AF themes.