May 26, 2022

ପେସାରେ ଡାକ୍ତର, ଇଞ୍ଜିନିଅର କିନ୍ତୁ ନିଶା ସମାଜରେ ସୁଧାର ଆଣିବା

1 min read

ପାରାଦ୍ୱୀପ (ସନ୍ତୋଷ ମଲ୍ଲ )3/10/21:ପେଶାରେ ଡାକ୍ତର, ଇଞ୍ଜିନିଅର, ନିଶା ସମାଜରେ ସୁଧାର ଆଣିବା, ପରିବେଶ ରେ ସ୍ଵଛତା ଆଣିବା l ସମସ୍ତେ ଓଡିଆ ସଦସ୍ୟ ମାନଙ୍କୁ ନେଇ ଗଠିତ ସାର୍ଥିକ ସୋଲ ଫାଉଣ୍ଡେସନ ଭାରତ ବର୍ଷର ଓଡିଶା ସହିତ 10 ଟି ରାଜ୍ୟରେ ନିଜର ପରିବେଶ ସୁରକ୍ଷା ଜନିତ କାର୍ଯ୍ୟକ୍ରମ ସହିତ ବିଭିନ୍ନ ଜନ ସଚେତନତା ର କାର୍ଯ୍ୟକ୍ରମ ଜାରିରଖିଥାନ୍ତି l ଏହି ସଂଗଠନ ର ମୂଳଲକ୍ଷ୍ୟ ଓସନ ପ୍ଲାଷ୍ଟିକ ଫ୍ରି,ପାହାଡ଼, ପର୍ବତ, ଜଙ୍ଗଲ ପରିବେଶ ସହିତ ସମୁଦ୍ର ଉପକୂଳ ଅଞ୍ଚଳ ସବୁ କିପରି ଭାବରେ ପ୍ଲାଷ୍ଟିକ ମୁକ୍ତ ହୋଇପାରିବ ସେ ଦିଗରେ ସର୍ବଦା ପ୍ରଚେଷ୍ଟା ରେ ରହିଥାନ୍ତି l ସାର୍ଥିକ ସୋଲ ଫାଉଣ୍ଡେସନ ର ସଦସ୍ୟ ମାନେ ପ୍ରତ୍ୟେକ ସପ୍ତାହ ଭାରତବର୍ଷ ରେ ରହିଥିବା 500 ରୁ 600 ଡାକ୍ତର, ଇଞ୍ଜିନିଅର ସଦସ୍ୟ ମାନଙ୍କ ଦ୍ୱାରା ପରିବେଶ ରେ ସୁଧାର ଆଣିବା ପାଇଁ ପାହାଡ଼, ହେଉ, କିମ୍ବା ଜଙ୍ଗଲ ପ୍ରତ୍ୟେକ ସ୍ଥାନରେ ପଡ଼ିଥିବା ପ୍ଲାଷ୍ଟିକ ଉଦ୍ଧାର କରିଥାନ୍ତି ଏବଂ ଏହାକୁ ନଷ୍ଟ କରିଥାନ୍ତି l ପ୍ଲାଷ୍ଟିକ ଏପରି ଏକ ପଦାର୍ଥ ଯାହାକି ମୃତ୍ତିକା କ୍ଷୟ ର ଏକ ପ୍ରମୁଖ କାରଣ ପାଲଟି ଥାଏ, ପ୍ଲାଷ୍ଟିକ ମୃତ୍ତିକା ରେ ମିଳେଇଯିବା ପାଇଁ ପାଖାପାଖି ଏକ ହଜାର ବର୍ଷ ସମୟ ଲାଗିଥାଏ ଯେଉଁଥି ପାଇଁ ଜଙ୍ଗଲ ହେଉ କିମ୍ବା ମୃତ୍ତିକା କ୍ଷୟ ଉପରେ ଏହାର ପ୍ରଭାବ ପକାଇଥାଏ l ତେଣୁ ସକାଳ ସମୟରେ ସାର୍ଥିକ ସୋଲ ର ସଦସ୍ୟ ମାନେ ନିଜ ନିଜର ସମୟ ବାହାର କରି ମର୍ନିଙ୍ଗ ୱାର୍କ ସମୟରେ ପ୍ରତ୍ୟେକ ସ୍ଥାନ ମାନଙ୍କରେ ପଡି ରହିଥିବା ପ୍ଲାଷ୍ଟିକ, ମଦବୋତଲ, ସିଗାରେଟ ଖୋଲ ପରି ଅନେକ ପରିବେଶ ଉପରେ ପ୍ରଭାବ ପକାଉଥିବା ସାମଗ୍ରୀ ସବୁ ଏକାଠି କରି ଏହାକୁ ନଷ୍ଟ କରିଥାନ୍ତି l ସେହିପରି ପାରାଦୀପ ନେହେରୁବଙ୍ଗଳା ଠାରେ ଥିବା ସମୁଦ୍ରକୁଳ ଅଞ୍ଚଳ ରୁ ପ୍ଲାଷ୍ଟିକ ଆବର୍ଜନା ସଫା କରିବା ସହିତ ବ୍ରେଷ୍ଟ କ୍ୟାନ୍ସର ଉପରେ ଏକ ଜନସଚେତନା ସ୍ୱରୂପ ଏକ ମାନବଶୃଙ୍ଖଳ ଜରିଆରେ ସମାଜ କୁ ଏକ ବାର୍ତା ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସାର୍ଥିକ ସୋଲ ଫାଉଣ୍ଡେସନ ର ନିର୍ଦେଶକ ସତ୍ୟବ୍ରତ ସାମଲ ଙ୍କ ନେତୃତ୍ୱ ରେ 20 ରୁ ଉର୍ଧ୍ଵ ସଦସ୍ୟ ମାନେ ପିଙ୍କ ଅକ୍ଟୋବର ବା ବ୍ରେଷ୍ଟ କ୍ୟାନ୍ସର ର ଆୱାରନେସ ନେଇ ସମସ୍ତ ସଦସ୍ୟ ପିଙ୍କ ରିବନ ଲଗାଇ ହ୍ୟୁମାନ ରିବନ ଚେନ ଜରିଆରେ ଦୁନିଆଁ କୁ ଏକ ମେସେଜ ଦେଇଥିଲେ ଯାହାକି କେହି ବି କ୍ୟାନ୍ସର ପୀଡିତ ନିଜର ବିଶ୍ୱାସ ନ ହରାଇବାକୁ ଏକ ସଚେତନତା ର ବାର୍ତା ପ୍ରଦାନ କରିଥିଲେ l

Leave a Reply

Your email address will not be published.

Copyright © All rights reserved. | Newsphere by AF themes.