May 26, 2022

ମୁକୁଟ ଆଶାରେ ଜାଲି

1 min read


ବାହାନଗା/ବାଲେଶ୍ୱର : ବାଜିଲାଣି ପଞ୍ଚାୟତ ନିର୍ବାଚନୀ ବିଗୁଲ l ଟଣା ଓଟରା ହେଲେଣି କର୍ମୀ l ଜାଲିଆତି ରେ ମାଷ୍ଟର ସାଜିଥିବା କିଛି କର୍ମୀ ଏବେ ଟିକେଟ ମୁଁହା l ଚୋର ତସ୍କର ବି ନୀଳ ପ୍ୟାଣ୍ଟ ଧଳା ସାର୍ଟ ପିନ୍ଧି ଏବେ ଲବି ରେ l କିଛିଦିନ ପୂର୍ବରୁ ଅନ୍ତଃରାଜ୍ୟ ଚିଟଫଣ୍ଡ ଆସାମୀ ଏବେ ରାଜନୀତି ମୁକୁଟ ପିନ୍ଧିବା ପାଇଁ ଟିକେଟ ଲାଇନ ରେ ଧାରଣା ଦେଇଥିବାର ଦେଖିବାକୁ ମିଳିଲାଣି l ବାହାର ରାଜ୍ୟ ର ପୋଲିସ ଆଣି ଗାଁ ରେ ପୁରାଇ ଥିବା ଏବଂ ମୋଷ୍ଟ ୱାଣ୍ଟେଡ ଆସାମୀ ଏବେ ଏକ ପ୍ରମୁଖ ରାଜନୈତିକ ଦଳ ର ଟିକେଟ ଆଶାୟୀ ବୋଲି ଲୋକେ କୁହାକୁହି ହେଲେଣି l ଏବେ ଏହି ନୁଆ ନେତାର କାରନାମା ଉଣା ଅଧିକେ ଲୋକେ ଜାଣି ସାରିଲେଣି l ତେଣୁ ଭୋଟର ମାନେ ଏହି ଜାଲି ନେତା କୁ କେତେ ଦୂର ଆଶୀର୍ବାଦ କରୁଛନ୍ତି କି ପାଦରେ ଆଡେଇ ଦେଉଛନ୍ତି ତାହା ସମୟ କହିବ ବୋଲି ଚର୍ଚ୍ଚା ହେଉଛି l

Leave a Reply

Your email address will not be published.

Copyright © All rights reserved. | Newsphere by AF themes.