May 26, 2022

ରାଇରଙ୍ଗପୁରରେ ବିଜେଡିର ମହାମିଶ୍ରଣ ପର୍ବ,ଶତାଧିକ ଝାମୁମୋ ଓ ଅନ୍ଯ ଦଳର କର୍ମି ଧରିଲେ ଶଙ୍ଖ

1 min read


ରାଇରଙ୍ଗପୁର(ଉତ୍ତମ ରାମ ):ଓଡିଶାରେ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିଲାପରେ ବିଭିନ୍ନ ରାଜନୈତିକ ଦଳଙ୍କ କାର୍ଯ୍ଯଧାରା ସକ୍ରିୟ ହୋଇଉଠିଛି ।ଏହାକୁ ସବୁଦଳ ସଂଗଠନକୁ ସୁଦୃଢ କରିବା ପାଇଁ ଆପ୍ରାଣ ଚେଷ୍ଟା କରିଚାଲିଛନ୍ତି ।ସାଂଗଠନିକ କାର୍ଯ୍ଯକ୍ରମରେ ବିଜେଡି ଆଗରେ ଅଛି ।

ସୋମବାର ଦିନ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ତରଫରୁ ସ୍ଥାନୀୟ ପୂର୍ଣଚନ୍ଦ୍ର‌ କଲ୍ଯାଣ ମଣ୍ଡପ ପରିସରରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପର୍ଯ୍ଯବେକ୍ଷକ ପିଙ୍କି କାନୁନଗୋଙ୍କ ସଭାପତିତ୍ବରେ ଏକ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ଯ ଅତିଥିଭାବେ ସାଳସକଣା-ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପର୍ଯ୍ଯବେକ୍ଷକ ମୁକ୍ତିକାନ୍ତ ମଣ୍ଡଳ ,ସହ ପର୍ଯ୍ଯବେକ୍ଷକ ଶୁଭେନ୍ଦୁ ମଙ୍ଗରାଜ,ସଦର ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ,ଯୁବ ବିଜେଡି ସଭାପତି ଅଭିଷେକ ପଟନାୟକ,ମହିଳା ବିଜେଡି ସଭାପତି ତନୁଜା ମହାନ୍ତ, ରାଇରଙ୍ଗପୁର ବିଧାୟିକା ପ୍ରାର୍ଥୀ ବାସନ୍ତୀ ମାରାଣ୍ଡୀ,ପୂର୍ବତନ ବିଧାୟକ ସାହିବା ସୁଶିଲ ହାଁସଦା, ବିଜେଡି,ରତିକାନ୍ତ ପରୀକ୍ଷା,ରାଇରଙ୍ଗପୁର ନଗର ବିଜେଡି ସଭାପତି ପ୍ରଭାତ ପଟନାୟକ,ବିଶିଷ୍ଟ ପୂର୍ବତନ ଝାମୁମୋ ବିଧାୟକ ପ୍ରାର୍ଥି ରାମଚନ୍ଦ୍ର ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ମିଶ୍ରଣ ପର୍ବରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ମୁର୍ମୁ ଏବଂ ତାଙ୍କର ଶତାଧିକ କର୍ମି ଓ ଅନ୍ଯ ଦଳର କର୍ମିଙ୍କୁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଜେଡି ତରଫରୁ ପୁଷ୍ପଗୁଛ ଓ ଉତ୍ତରୀୟ ଦିଆଯାଇ ବିପୁଳ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା ।ଆଗକୁ ପଞ୍ଚାୟତ ନିର୍ବାଚନ ।ଭାରତର ସବୁଠାରୁ ଶୃଙ୍ଖଳିତ ଓ ଲୋକାଭିମୁଖି ଆଂଚଳିକ ଦଳ ହେଉଛି ବିଜୁ ଜନତା ଦଳ ।ବିଶିଷ୍ଟ ଯୁବ ଆଦିବାସୀ ନେତା ରାମଚନ୍ଦ୍ର ମୁର୍ମୁ କହିଥିଲେ ଓଡିଶାର ବିକାଶ ପାଇଁ ଏକମାତ୍ର ଦଳ ନବିନ ପଟନାୟକଙ୍କ ସରକାର ।

ଗରିବ,ଖଟିଖିଆ,କୃଷକ,ମହିଳା,ଦିବ୍ଯାଙ୍କ,ବୟସ୍କ,ଅବହେଳିତ ମାନଙ୍କ ଓ ଓଡିଶାର ବିକାଶ ପାଇଁ ସଦା ସର୍ବଦା ଚେଷ୍ଟିତ ।ଲୋକମାନଙ୍କୁ ସାହାଯ୍ଯ
ଓ ସହାୟତା ଅଂଚଳର ବିକାଶ ପାଇଁ ବିଜେଡି ହିଁ ଏକମାତ୍ର ଉପଯୁକ୍ତ ଦଳ ।ଏହି ଦଳରେ ମିଶି ମୁଁ ଅଧିକ ଲୋକଙ୍କର ସେବା କରି ପାରିବି ବୋଲି କହିଥିଲେ ।ଓଡିଶାର ମାନ୍ଯବର ମୁଖ୍ଯମନ୍ତ୍ରୀ ନବିନ ପଟନାୟକ ଓ ମୟୂରଭଂଜ ଜିଲ୍ଲା ବିଜେଡି ପର୍ଯ୍ଯବେକ୍ଷକଙ୍କ ମାର୍ଗଦର୍ଶନରେ ସେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଛନ୍ତି ।ଦଳର ଜଣେ ଶୃଙ୍ଖଳିତ ସୈନିକ ହୋଇ ଦଳର ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ ।ମୁଖ୍ଯ ଅତିଥିଗଣ ନବିନ ସରକାରଙ୍କ ଜନ କଲ୍ଯାଣ ଯୋଜନା ଓ ଦଳର ସଂଗଠନକୁ ସୂଦୃଢ କରିବା ପାଇଁ ନୂତନ କର୍ମି ମାନଙ୍କୁ ନିବେଦନ କରିଥିଲେ ।ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ କର୍ମି ପ୍ରସ୍ତୁତ ହେବା ପାଇଁ କୁହାଯାଇଥିଲା ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.