କେନ୍ଦ୍ରେଇ ଗ୍ରାମରେପ୍ରଷିଦ୍ଧ ଖନ୍ଦାମଡା ପର୍ବ
1 min read
ରାଇରଙ୍ଗପୁର(ଉତ୍ତମ ରାମ )-ମୟୂରଭଂଜ ଜିଲ୍ଲାର କୁସୁମି ବ୍ଲକର କେନ୍ଦ୍ରେଇ ଗ୍ରାମରେ ଵହୁ ପ୍ରଷିଦ୍ଧ ଖନ୍ଦାମଡା ପର୍ବ ଅନୁଷ୍ଠିତ ହୋଇଯାଇଛି ।ଏହି ପବିତ୍ର ଧାର୍ମିକ କାର୍ଯ୍ଯକ୍ରମରେ ସହସ୍ରାଧିକ ଶ୍ରଦ୍ଧାଳୁ ବିଭିନ୍ନ ଅଂଚଳରୁ ଯୋଗ ଦେଇଥିଲେ ।ବିଧି ଅନୁସାରେ ଗାଁରେ ଥିବା ଦୁର୍ଗା ମନ୍ଦିରରେ ଦିର୍ଘ ଦଶଦିନ ଧରି ରୀତି ନୀତି ଅନୁସାରେ ମା’ଙ୍କର ପୂଜାର୍ଚନା ଚାଲୁଥାଏ।ଦଶହରା ପରଦିନ ପୂଜା କମିଟି ତରଫରୁ ଦୁଇ ତିନିଶହ ବର୍ଷ ହେଲା ଏଠାରେ ଖନ୍ଦାମଡା/
ନିଆଁମଡା ପର୍ବ ପାଳନ କରା ହେଉଥିବା ଗାଁର ବୟସ୍କ ଲୋକମାନେ କୁହନ୍ତି ।

ଖନ୍ଦାମଡା ପର୍ବର ଆରମ୍ଭ ରେ ଦୁଇ ଦିନ ଧରି ଭକ୍ତାମାନେ ଉପବାସ ବ୍ରତ ରଖିଥାନ୍ତି ।୪୬ ଜଣ ଭକ୍ତା ଶନିବାର ଦିନ ଅପରାହ୍ନରେ ନିର୍ଜଳା ଉପବାସ ରହି ଗ୍ରାମ୍ଯ ପୋଖରୀ ପାଖରେ ପୂଜାର୍ଚନା ସାରି କଳଶ ଶୋଭାଯାତ୍ରା ସହ ହାତରେ ଖଣ୍ଡା ଧରି ମା’ଙ୍କ ମନ୍ଦିର ପାଖରେ ପହଞ୍ଚି ଆରାଧନା କରିଥିଲେ ।ସେଠାରେ ମା’ଦୁର୍ଗାଙ୍କ ପାଖରେ ଗ୍ରାମ୍ଯ ଦେହୂରୀ ଭୀମସେନ ଦଳେଇ,କନ୍ଦର୍ପ ଦଳେଇ ଏବଂ ଚିତ୍ତରଂଜନ ଦଳେଇ ପ୍ରମୁଖ ପୂଜାର୍ଚନା ସଂପନ୍ନ କରିଥିଲେ ।

ମା’ଙ୍କ ମନ୍ଦିର ପାର୍ଶ୍ବରେ ଥିବା ଖନ୍ଦାମଡା ପାଇଁ ପ୍ରସ୍ତୁତ କରାଯାଇଥିବା ଖନ୍ଦାରେ ଭର୍ତିଥିବା ରଡ ନିଆଁ ଉପରେ ମା’ଙ୍କୁ ସ୍ମରଣ କରି ହାତରେ ଖଣ୍ଡା ଧରି ନିର୍ବିକାର ଭାବରେ ଦୁଃସାହସର ସହିତ ଚାଲି ଚାଲି ଯାଉଥିଲେ ।ଖନ୍ଦାମଡା ନିକଟରେ ବଳି ପୂଜା ସହିତ ଅନ୍ଯାନ୍ଯ ପୂଜାବିଧି ସଂପନ୍ନ ହୋଇଥିଲା ।ଗାଁରେ ସମସ୍ତ ପରିବାର ବଳି ପ୍ରସାଦ ନେଇଥିଲେ ।ଶ୍ରଦ୍ଧାଳୁ ମାନଙ୍କର ଆସ୍ଥା ଓ ବିଶ୍ଵାସ ଅଛି ଯେଉଁମାନସିକ ଧାରୀ ଏଠାକୁ ପୂଜାର୍ଚନା ପାଇଁ ଆସନ୍ତି ସମସ୍ତଙ୍କର ମା’ମାନସିକ ପୂରଣ କରିଥାନ୍ତି ଖାଲି ହାତରେ କେହି ଫେରନ୍ତି ନାହିଁ ।ନିଃସନ୍ତାନ ମାନେ ସନ୍ତାନ ପ୍ରାପ୍ତ ହୁଅନ୍ତି,ଲୋକମାନଙ୍କର ଦେହ ସୁସ୍ଥ ରହେ,ଗରିବ ମାନେ ସ୍ବାଵଲମ୍ବଳଶୀଳ ହୁଅନ୍ତି,ଗାଁରେ ଆଧ୍ଯାତ୍ମିକ ପରିବେଶ ରହେ ଓ ଭାଇଚାରା ସଦାସର୍ବଦା ରହେ ।କମିଟି ସଦସ୍ଯ ବିବେକାନ୍ଦ ଦଳେଇ କୁହନ୍ତି ଏହି ପୁରାତନ ରେକର୍ଡଭୁକ୍ତ ମନ୍ଦିର ନିର୍ମାଣ ପାଇଁ ସରକାର ଆର୍ଥିକ ସହାୟତା କଲେ ମନ୍ଦିର ନିର୍ମାଣ ହୋଇପାରନ୍ତା ।

ଏହି ପବିତ୍ର କାର୍ଯ୍ଯରେ ସୁରେନ୍ଦ୍ରନାଥ ଦଳେଇ,କମଳ ଲୋଚନ ବେହେରା,ଜଗନ୍ନାଥ ପଲେଇ,ବିବେକାନନ୍ଦ ଦଳେଇ,ରମେଶ ବେହେରା ଏବଂ ଅନ୍ଯମାନେ ପରିଚାଳନାରେ ସହଯୋଗ କରିଥିଲେ ।ନିଆରା ପର୍ବ ଖନ୍ଦାମଡା ଦେଖିବା ପାଇଁ ଆଖପାଖ ଅଂଚଳରୁ ବହୁସଂଖ୍ଯାରେ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।