May 26, 2022

ବିବାଦୀୟ ସ୍ଥଳ ପରିଦର୍ଶନ ରେ ବିରୋଧୀଦଳ ।

ରାଜକନିକା(ପ୍ରବେଶ ମହାପାତ୍ର ):ଲିଭିବା ବଦଳରେ କୁହୁଳି ଜଳୁଛି କେନ୍ଦ୍ରାପଡା ଜିଲ୍ଲାର ଖରସ୍ରୋତା ଜଳ ବିବାଦ ଘଟଣା । ଦିନକୁ ଦିନ ଆନ୍ଦୋଳନ ତେଜିବାରେ ଲାଗିଛି । ପ୍ରକଳ୍ପ ବନ୍ଦ ଦାବିରେ ଆନ୍ଦୋଳନକାରୀ ଙ୍କୁ ସମର୍ଥନ ଜଣାଇ ଜିଲାପାଳଙ୍କ ଅଫିସ ଆଗରେ ସମସ୍ତ ବିରୋଧୀଦଳ ଙ୍କ ଗଣ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି । ପ୍ରକଳ୍ପ ସ୍ଥାନରେ ପହଞ୍ଚି ସ୍ଥିତି ପରକ୍ଷିଲେ କଂଗ୍ରେସ ଓ ବିଜେପିର ରାଜ୍ୟ ନେତୃବୃନ୍ଦ । ଗୋଟିଏ ପଟେ ଜିଲା ମୁଖ୍ୟଚିକିସ୍ଛାଳୟ ରେ ପରିବେଶବିତ୍ ଶ୍ରୀକାନ୍ତ ନାୟକଙ୍କ ଅନଶନ ପହଞ୍ଚିଲା ଅଷ୍ଟମ ଦିନରେ ପହଁଚି ଥିଲା ବେଳେ ବିବାଦୀୟ ସ୍ଥଳରେ ପୋଲିସ ଉପସ୍ଥିତ ରେ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି ।

ଦିନ କୁ ଦିନ ଖରସ୍ରୋତା ଜଳ ପ୍ରକଳ୍ପ କୁ ନେଇ ଆନ୍ଦୋଳନ ତୀବ୍ରତର ହେବାରେ ଲାଗିଛି । ଉଭୟ କଂଗ୍ରେସ ଓ ବିଜେପିର ରାଜ୍ଯ ନେତୃବୃନ୍ଦ ମାନଙ୍କ ଏକ ଟିମ ଆଜି ପ୍ରକଳ୍ପ ସ୍ଥଳ ବୁଲି ଦେଖିବା ସହ ଆନ୍ଦୋଳନକାରୀ ଓ ପ୍ରଶାସନ ସହ ଆଲୋଚନା କରିଛନ୍ତି । ବିଜେପି ରାଜ୍ଯ ସାଧାରଣ ସଂପାଦକ ପୃଥିରାଜ ହରିଚନ୍ଦନ ଙ୍କ ନେତୃତ୍ୱରେ ଏକ ୮ ଜଣିଆ ଟିମ ଅନୁଧ୍ୟାନ କରିବା ସହ ତୀବ୍ର ସମାଲୋଚନା କରିଛନ୍ତି ।କେନ୍ଦ୍ରାପଡା ଜିଲ୍ଲାରେ ଭୂତଳ ଜଳ ସ୍ତର ହ୍ରାସ ହେଉଥିବା ବେଳେ ମୌସୁମୀ ସମୟରେ ବର୍ତ୍ତମାନ ନଦୀ ରେ ପାଣି ନାହିଁ । ଏହି ପ୍ରକଳ୍ପ ହେଲେ ଆଗାମୀ ଦିନ ରେ ଏହାର ପ୍ରଭାବ ଲୋକ ମାନଙ୍କ ଉପରେ ପଡିବା ସହ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟ ପ୍ରଭାବିତ ହେବ । ଜୀବନ ଜୀବିକା ପ୍ରଭାବିତ ହେବା ସହ ପାଣି ପାଇଁ ଭୟଙ୍କର ସ୍ଥିତି ସୃଷ୍ଟି ହେବ । ସରକାର ଲୋକ କଥା ନ ଶୁଣି ଜନ ଶୁଣାଣି ନ କରି ଜବରଦସ୍ତ ଭାବେ ପୋଲିସ ଲଗାଇ ଏହି ପ୍ରକଳ୍ପ କରୁଛନ୍ତି । ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବା ସହ ପୁନଃ ବିଚାର କରାଯାଉ ଓ ଠିକ ଥିଲେ କାର୍ଯ୍ୟ ହେବ ନ ହେଲେ ଲୋକଙ୍କ ସ୍ୱାର୍ଥ ସହ ବିଜେପି ଆନ୍ଦୋଳନ ଜାରି ରଖିବ ବୋଲି କହିଛି ବିଜେପି । ସେପଟେ କଂଗ୍ରେସ ର ପୁର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଟିମ ନିର୍ମାଣାଧିନ ସ୍ଥାନ ପରିଦର୍ଶନ କରି ଘଟଣାକୁ ଅନୁଧ୍ୟାନ କରିଛନ୍ତି । ସିପିଆଇ , ସିପିଆଇଏମ ଓ କଂଗ୍ରେସ ଜିଲାପାଳଙ୍କ କାର୍ଯ୍ଯାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛି । ସରକାର ଓ ଜିଲା ପ୍ରଶାସନର ଏକ ଚାଟିଆ ନିଷ୍ପତି କୁ ତିବ୍ର ସମାଲୋଚନା କରିଛି କଂଗ୍ରେସ ।

ଦିନ କୁ ଦିନ ଜିଲ୍ଲାର ଭୂତଳ ଜଳସ୍ତର କମୁଥିବା ବେଳେ ପ୍ରକଳ୍ପ ହେଲେ ଭିତରକନିକା ର ଜୈବ ବିବିଧତା ଉପରେ ସିଧାସଳଖ ପ୍ରଭାବ ପକାଇବାର ଆଶଙ୍କା ରହିଛି । ପ୍ରଶାସନ ସେଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ରେ ପରିବେଶବିତ୍ ତଥା ଭିତରକନିକା ଇକୋ ସେନସେଟିଭ ଜୋନ୍ କମିଟିର ମେମ୍ବର ଶ୍ରୀକାନ୍ତ ନାୟକ ଅଷ୍ଟମ ଦିନରେ ଅନଶନ ଜାରି ରଖିଛନ୍ତି ।ଲୋକଙ୍କ ସହ ଆଲୋଚନା କରାଯାଇ ବ୍ୟାରେଜ ନିର୍ମାଣ ଦାବି ଉପରେ ସରକାର ପଦକ୍ଷେପ ନିଅନ୍ତୁ ନ ହେଲେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି କହିଛି ବିଜେପି ।ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଅଚ୍ୟୁତ ପୁର ଛକ ନିକଟରେ ଶତାଧିକ ଲୋକ ପ୍ରକଳ୍ପ ବନ୍ଦ ଦାବିରେ ଗଣ ଧାରଣା ଜାରି ରଖିଛନ୍ତି । ଗୋଟେ ପଟେ ବିରୋଧ ଜାରି ରହିଥିବା ବେଳେ ଅନ୍ୟ ପଟେ ପ୍ରକଳ୍ପ ଅଞ୍ଚଳକୁ ବ୍ୟାରିକେଟ କରାଯାଇ ପୋଲିସ ଉପସ୍ଥିତ ରେ ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଛି ।

ଗୋଟିଏ ପଟେ ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବା ବେଳେ ଅନ୍ୟ ପଟେ ବିରୋଧ ମଧ୍ୟ ତେଜିବାରେ ଲାଗିଛି । କେବେ ଜଳବିବାଦ ର ସମାଧାନ ବାଟ ଫିଟୁଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.