ସୋର ରେ ବି ଜେ ଡି ଦୁଇଫାଳ
1 min read
ସୋର/ବାଲେଶ୍ୱର (ଆତ୍ମାନନ୍ଦ ଦାସ ):ରାଜ୍ୟ ବିଜେଡି ନେତା ଙ୍କ ମନମୁଖୀ କାର୍ଯ୍ୟ ରେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡ଼ିଲେ ଛାମୁଆ ନେତା l
ଘଟଣା ରୁ ପ୍ରକାଶ ବାଲେଶ୍ଵର ଜିଲ୍ଲା ସୋର ନିର୍ବାଚନ ମଣ୍ଡଳୀରେ ଦଳୀୟ ମତାମତ କୁ ଗ୍ରହଣ ନ କରି ମନଇଚ୍ଛା ଟିକେଟ ଦେଇଥିବାରୁ ଏହାର ପ୍ରତିବାଦ କରି 45ନମ୍ବର ଜୋନ ର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ନିରଦପ୍ରଭା ପଣ୍ଡା ସୋର ବ୍ଲକ ସଭାପତି ଶ୍ରୀଯୁକ୍ତ କମଳାକାନ୍ତ ଘଡେ଼ଇ ପ୍ରମୁଖ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଛନ୍ତି। ଦଳରେ ପ୍ରତି ପଞ୍ଚାୟତ ରେ ବିଦ୍ରୋହ ଜାରି ରହିଛି। ପୂର୍ବରୁ କଂଗ୍ରେସ ଦଳରୁ ଆସି ବି ଜେ ଡି ଦଳରେ ଯୋଗ ଦେଇଥିବା ଶ୍ରୀ ଜୟରାମ ଦାସ ଙ୍କୁ 45ନମ୍ବର ଜୋନ ପାଇଁ ଟିକେଟ ଦେଇଥିବାରୁ ପଞ୍ଚାୟତ ରେ ଅସନ୍ତୋଷ ବଢିବାରେ ଲାଗିଛି। ଏହା ଦଳ ପାଇଁ ଶୁଭଙ୍କର ନୁହେଁ ବୋଲି ସାଧାରଣରେ ଚର୍ଚା ଚାଲିଛି।