ଶହ ଶହ ଭକ୍ତ ଙ୍କ ଗହଣରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ
1 min read
ସୋର (ଆତ୍ମାନନ୍ଦ ଦାସ ):ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତ ରେ ବହୁ ପୁରାତନ ଜଗନ୍ନାଥ ମନ୍ଦିର ରେ ଶହ ଶହ ଭକ୍ତ ଙ୍କ ଗହଣରେ ଆଜି ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଛି। ସକାଳ 5ଟା ରେ ମଙ୍ଗଳ ଆଳତି ପରେ ଷୋଡଶ ଉପଚାର ପୂଜା କରି ତିନି ଠାକୁର ଙ୍କୁ ସ୍ନାନ ବେଦୀ କୁ ଅଣାଯାଇଥିଲା। ପହଣ୍ଡି ବେଳେ ସେବାୟତ ଏବଂ ଭକ୍ତ ଙ୍କ ଘଣ୍ଟା ଶଙ୍ଖ ଏବଂ ହୁଳ ହୁଳି ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। 108କୁମ୍ଭ ପବିତ୍ର ଜଳରେ ଠାକୁର ବଳଦେବ ମା ସୁଭଦ୍ରା ଏବଂ ଜଗତର ନାଥ ଜଗନ୍ନାଥ ଙ୍କ ସ୍ନାନ କରାଯାଇଥିଲା। ଠାକୁର ଙ୍କ ସ୍ନାନ ରେ ଏକ ଶହ ଲିଟର କ୍ଷୀର ବ୍ୟବହୃତ ହୋଇଥିଲା। ସ୍ନାନ ପୂର୍ଣ୍ଣିମା ପ୍ରଥମ ରଜରେ ପଡ଼ିଥିବାରୁ ହଜାର ହଜାର ଭକ୍ତ ଙ୍କ ଗହଳି ଲାଗିରହିଥିଲା।
ମହାମାରୀ କୋରାନା ଯୋଗୁଁ ଦୀର୍ଘ ୩ ବର୍ଷ ର ବ୍ୟବଧାନ ପରେ ଆଜି ମହାପ୍ରଭୁ ଙ୍କ ସ୍ନାନ ଦେଖିବା ପାଇଁ ଭକ୍ତ ମାନଙ୍କର ଆଗମନ ଦେଖି ସତେ ଯେମିତି ଲାଗୁଥିଲା ଜଗତର ନାଥ ଜଗନ୍ନାଥ ଙ୍କୁ ଦେଖିବା ପାଇଁ ବିକଳ ହୋଇ ଭକ୍ତ ମାନେ ପଡ଼ିରହିଥିଲେ। ହୋମ ଯଜ୍ଞ ପରେ ତିନି ଠାକୁର ଙ୍କୁ ଅଣସର ବେଦୀ କୁ ନିଆଯାଇଥିଲା। ଆଜି ର ଏହି କାର୍ଯ୍ୟକ୍ରମ ରେ ମନ୍ଦିର ର ସେବାୟତ ମାନେ ମନ୍ଦିର ପରିଚାଳନା କମିଟି ମା ତାରିଣୀ ମନ୍ଦିର କମିଟି ର ସଭ୍ୟ ମାନେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l