May 26, 2022

ଓକିଲ ଙ୍କୁ ମାଡ଼ ଘଟଣାର ଆସିଲା ସିସିଟିଭି ଫୁଟେଜ, ନବମ ଦିନରେ ଓକିଲସଙ୍ଘ ଆନ୍ଦୋଳନ

1 min read


ଥାନା ଭିତରେ ଓକିଲଙ୍କୁ ସୋର ଓ ନୟାପଲ୍ଲି ପୋଲିସ୍ ର ନିସ୍ତୁକ ମାଡ଼ ର ଆସିଲା ସିସିଟିଭି ଭିଡ଼ିଓ । ଗତ ଜୁଲାଇ ମାସ ୪ ତାରିଖ ରାତିରେ ସୋର ପୁଲିସ ଓ ଭୁବନେଶ୍ୱର ନୟାପଲ୍ଲି ପୁଲିସ ମିଳିତ ଭାବେ କୌଣସି କାରଣ ନଥାଇ ଜଣେ ଓକିଲ ଧୀରେନ୍ଦ୍ର ଦାସଙ୍କୁ କଲେଜ ଛକ ଭଡା ଘରୁ ଉଠାଇ ଆଣି ଥାନାରେ ନିସ୍ତୁକ ମାଡ଼ ମାଚେତାଶୁନ୍ୟ କରି ପାଣି ଛାଟି ପୁଣି ମାଡ ମାରିବା ସହ ୧୨ ଘଣ୍ଟା ଧରି ଥାନା ଭିତରେ ଅଟକ ରଖିବା ନେଇ ପୀଡିତ ଓକିଲ ଅଭିଯୋଗ କରିବା ପରେ ସୋର ଓକିଲ ସଂଘ ଘଟଣାକୁ ତୀବ୍ର ବିରୋଧ କରିବା ସହ ଘଟଣାକୁ ନିନ୍ଦା କରି ଏସ୍.ପି. ସୁଧାଂଶୁ ଶେଖର ମିଶ୍ରଙ୍କୁ ଭେଟି ଘଟଣାରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରିଥିଲେ l ପ୍ରଶାସନ ସୋର ଥାନା ଆଇ.ଆଇ.ସି. ମଧୁମିତା ମହାନ୍ତି ଓ ଏସ.ଆଇ ଚନ୍ଦ୍ରଶେଖର ମହାନ୍ତି ଅନ୍ୟତ୍ର ବଦଳି କରି ଚୁପ ବସିଥିବା ବେଳେ । ଓକିଲ ସଙ୍ଘର ଦାବି ମୁତାବକ ଓକିଲ ଶ୍ରୀ ଦାସଙ୍କୁ ମାଡ ମାରିଥିବା ସୋର ଥାନା ଏସ୍.ଆଇ. ଚନ୍ଦ୍ରଶେଖର ମହାନ୍ତି ଓ ନୟାପଲ୍ଲି ଥାନାର ପୋଲିସର ବିନୋଦ କିଶୋର ବାର୍ଲାଙ୍କ ନିଲମ୍ବନ ଏବଂ ଭୂବନେଶ୍ବରରୁ ଆସିଥିବା ମହିଳା ରିମା ରାୟ ଯିଏକି ଓଲିଲଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ତାଙ୍କୁ ଗିରଫ କରାଯିବାକୁ ଓକିଲ ସଙ୍ଘ ଦାବି ରଖିଥିଲା । ମାତ୍ର ପୁରଣ ନହେବାରୁ ୯ ଦିନରେ ଓକିଲ ସଙ୍ଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଥିବା ଦେଖିବାକୁ ମିଳିଛି । ସୋର କଲେଜ ଛକରେ ସୋର କୋର୍ଟର ଓକିଲ ଧୀରେନ୍ଦ୍ର ଦାସ ପରିବାର ସହ ଭଡାରେ ରହୁଛନ୍ତି l ଗତ ୪ ତାରିଖ ବିକମ୍ବିତ ରାତିରେ ଭୁବନେଶ୍ୱର ନୟାପଲି ଥାନା ଓ ସୋର ପୁଲିସ ମିଳିତ ଭାବେ ଏକ ମାମଲାକୁ ନେଇ ଧୀରେନ୍ଦ୍ର ଦାସଙ୍କ ଘରେ ପହଞ୍ଚିଥିଲା ସେଠାରେ ତାଙ୍କୁ ଗେଟ ଖୋଲିବାକୁ କହିଥିଲା ଯେହେତୁ ଧୀରେନ୍ଦ୍ର ଦାସ ଭଡା ଘରେ ରହୁଛନ୍ତି ସେ କହିଥିଲେ ଘର ମାଲିକଙ୍କୁ କୁହନ୍ତୁ ପୁଲିସ ଏଥିରେ ଉତକ୍ଷୀପ୍ତ ହୋଇ ତାଙ୍କ ଗ୍ରୀଲ ଭାଙ୍ଗି ତାଙ୍କୁ ସେଠାରେ ମାଡ ମାରି ସୋର ଥାନାକୁ ଆଣି ମାଡ଼ ମାରିଥିଲା ଓ ଧୀରେନ୍ଦ୍ର ଦାସଙ୍କୁ ମାଡ ମାରିବା ପରେ ଥାନା ଭିତରେ ସେ ଅଚେତ ହୋଇପଡିଥିଲେ ତାଙ୍କୁ ପାଣି ଛାଟିବା ପରେ ଏବଂ ଆଶୀଳ ଭାଷାରେ ଗାଳି ଗୁଲଜ କରିଥିଲେ ଏବଂ ତାଙ୍କ ପୁଅକୁ ମଧ୍ୟ ସେହି ଅଭିଯୋଗରେ ମାଡ ମାରି ଦୀର୍ଘ ୧୨ ଘଣ୍ଟା ଅଟକ ରଖିଥଲା ପୋଲିସ ।ମାଡ଼ ର ଭିଡ଼ିଓ ଭାଇରାଲ ପରେ ବିଭିନ୍ନ ମହଲରେ ତୀଵ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.